Odia News Portal

ଏହି ସ୍ଥାନରେ ଭାଇ ଭଉଣୀକୁ କରିଥାଏ ବିବାହ,ଜାଣନ୍ତୁ

ଆଦିବାସୀ ସମ୍ପ୍ରଦାୟର ବିଚିତ୍ର ପରମ୍ପରା ବିଷୟରେ ତ ଆପଣ ସମସ୍ତେ ଜାଣନ୍ତି। ଛତିଶଗଡ଼ର ବସ୍ତରର କାଙ୍ଗେରଘାଟିରେ ରହୁଥିବା ଧୁରବା ସମ୍ପ୍ରଦାୟରେ ଏପରି ଏକ ବିଚିତ୍ର ପରମ୍ପରା ପାଳନ କରାଯାଇଥାଏ। ଏଠାରେ ଭାଇ ଭଉଣୀ ପରସ୍ପର ସହ ବିବାହ କରିଥାଆନ୍ତି।

ଏଠାରେ ପୁଅଝିଅଙ୍କ ବିବାହରେ ଅଗ୍ନିକୁ ସାକ୍ଷୀ ନମାନି ପାଣିକୁ ସାକ୍ଷୀ ମାନି ବିବାହ କରାଯାଇଥାଏ। ଧୁରବା ସମ୍ପ୍ରଦାୟରେ ଝିଅର ବିବାହ ତା’ର ମାମୁଁ ପୁଅ ଭାଇ କିମ୍ବା ପିଉସୀ ପୁଅ ଭାଇ ସହ କରାଇ ଦିଆଯାଏ। ଯଦି କେହି ବିବାହ କରିବାକୁ ମନା କରିଥାଏ ତେବେ ତାକୁ ଜୋରିମାନା ଦେବାକୁ ପଡ଼ିଥାଏ। ଏଠାରେ ଝିଅଙ୍କ ବିବାହ କରିବାର ସର୍ବନିମ୍ନ ବୟସ ୧୮ ହୋଇଥିବାବେଳେ ପୁଅଙ୍କ ବୟସ ୨୧ ହୋଇଥାଏ। କିନ୍ତୁ ଏବେ ଧୀରେ ଧୀରେ ଲୋକେ ଏହି ପରମ୍ପରାକୁ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି।