Odia News Portal

ଜାଣନ୍ତୁ କାହିଁକି ଝଡ଼େ କେଶ

ଭୁବନେଶ୍ୱର : ଆଜିକାଲି ପ୍ରତ୍ୟେକ ମହିଳାଙ୍କ କ୍ଷେତ୍ରରେ କେଶ ଝଡିବା ଏକ ସାଧାରଣ ସମସ୍ୟା ହୋଇଯାଇଛି । କେଶ ଝଡିବାକୁ ରୋକିବା ପାଇଁ ମହିଳାମାନେ କେଶରେ ଅନେକ ଜିନିଷ ବ୍ୟବହାର କରୁଛନ୍ତି । ଏହାପରେ ମଧ୍ୟ କେଶ ଝଡିବା କମ ହେଉ ନାହିଁ । କିନ୍ତୁ ଆପଣ ଜାଣିଛନ୍ତି ବେଳେ ବେଳେ ଶରୀରରେ ଆୟରନ ଅଭାବ ହୋଇଥିବା ହେତୁ ଅଧିକ ମାତ୍ରାରେ କେଶ ଝଡିଥାଏ । ଯଦି ଆପଣଙ୍କ ଶରୀରରେ ଆୟରନ ଅଭାବ ରହିଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ତେବେ ଆଜି ଆସନ୍ତୁ ଜାଣିବା ଶରୀରରେ ଆୟରନ ଅଭାବ ହେବା ଦ୍ୱାରା କିଭଳି କେଶ ଝଡିଥାଏ ।

ଆୟରନ ଅଭାବ ହେବା ଦ୍ୱାରା ରକ୍ତରେ ହିମୋଗ୍ଲୋବିନ ମାତ୍ରା କମିଯାଏ । ଯେଉଁଥିପାଇଁ ଶରୀରରେ ସଟିକ୍ ଭାବେ ଆୟରନ ପହଁଚିପାରେ ନାହିଁ । ଏହାସହିତ କେଶକୁ ଅକ୍ସିଜେନ ପହଁଚିପାରେ ନାହିଁ ଏବଂ କେଶ ବଢିବା ବନ୍ଦ ହୋଇଯା । ଆୟରନ ଅଭାବ ଦ୍ୱାରା ଚନ୍ଦାପଣ ଆରମ୍ଭ ହୋଇଯାଏ । ଯଦି ଆପଣଙ୍କ କେଶ ଅତ୍ୟଧିକ ମାତ୍ରାରେ ଝଡୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଶରୀରରେ ଆୟରନ ଅଭାବର ସବୁଠୁ ବଡ ଲକ୍ଷଣ ହେଉଛି ଥକାପଣ ଅନୁଭବ ହେବା ଏବଂ ନଖ ଭାଙ୍ଗି ଯିବା । ସେହିପରି ଆୟରନ ଅଭାବ ହେବା ଦ୍ୱାରା ମୁଣ୍ଡ ବ୍ୟଥା ହୋଇଥାଏ, ତ୍ୱଚା ହଳଦିଆ ପଡିଯାଏ, ଜିଭ ଫୁଲିବା ଆରମ୍ଭ ହୁଏ ।

କେଶ ଝଡିବାରୁ ରକ୍ଷା ପାଇବା ପାଇଁ ସୁସ୍ଥ ଡାଇଟ ସେବନ କରନ୍ତୁ । କେଶକୁ ମଜବୁତ କରିବା ପାଇଁ ଡାଇଟରେ ସବୁଜ ପନିପରିବା, ପାଳଙ୍ଗ ଆଦି ସାମିଲ କରନ୍ତୁ । ସେହିପରି ଡାଇଟରେ ଆପଣ ସୋୟାବିନ୍, ବ୍ରୋକଲି, ଫଳ, ଅଣ୍ଡା ଆଦି ସାମିଲ କରି ପାରିବେ ।