Odia News Portal

ଓଜନ କମାଇବା ସହ ଉଜ୍ବଳ ତ୍ବଚା ଦେଇଥାଏ ଥଣ୍ଡା କ୍ଷୀର

ଅଧିକାଂଶ ଲୋକ ଗରମ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଗରମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀରରେ ଅଧିକ ଫାଇଦା ମିଳିଥାଏ। ଆମେ ଆପଣଙ୍କୁ ଥଣ୍ଡା କ୍ଷୀରରୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

-ଲୋକମାନେ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ତଥାପି ସେମାନଙ୍କର ଓଜନ କମି ନଥାଏ। ଏଭଳି ପରିସ୍ଥିତିରେ ଆପଣ ଗରମ କ୍ଷୀର ବଦଳରେ ଥଣ୍ଡା କ୍ଷୀର ପିଇ ମଧ୍ୟ ସହଜରେ ନିଜର ଓଜନ କମାଇପାରିବେ। ଏହାକୁ ପିଇବା ଦ୍ବାରା ତାପମାନ ନର୍ମାଲ ରହିଥାଏ। ଶରୀରର ଟେମ୍ପରଚରକୁ ବଢ଼ାଇ କ୍ୟାଲୋରୀ ସ୍ରୁଷ୍ଟି କରି ତାହାକୁ ହ୍ରାସ କରାଇଥାଏ। ଏଭଳି ହେବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ।

-କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ମହଜୁତ ଥାଏ, ଉଷୁମ କ୍ଷୀରକୁ ପିଇବା ଦ୍ବାରା ଶରୀର ତନ୍ଦୁରୁସ୍ତ ରହିଥାଏ। ଏହା ସହିତ ଭଲ ନିଦ ମଧ୍ୟ ହୋଇଥାଏ। ଯେତେବେଳେ ଶରୀର ଦୁର୍ବଳ ଲାଗିଥାଏ ସେତେବେଳେ ଥଣ୍ଡା କ୍ଷୀର ପିଇ ଦିଅନ୍ତୁ। କ୍ଷୀର ପିଇବା ଦ୍ବାରା ଶରୀର ତେଜୀୟାନ ରହିଥାଏ।

-କିଛି ଲୋକଙ୍କୁ ଏସିଡିଟିର ବହୁତ ଅଧିକ ଅସୁବିଧା ରହିଥାଏ। ଏହିଭଳି ଲୋକଙ୍କୁ ଏସିଡିଟିରୁ ମୁକ୍ତି ପାଇବାକୁ ହେଲେ ଥଣ୍ଡା କ୍ଷୀର ପିଇବା ଉଚିତ। ଥଣ୍ଡା କ୍ଷୀର ପିଇବା ଦ୍ବାରା ଶରୀରରେ ଗ୍ୟାସ ହୋଇ ନଥାଏ ଏବଂ ପେଟ ବ୍ୟଥା ଭଳି ସମସ୍ୟା ରହି ନଥାଏ।

-କେତେକ ଲୋକଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିଥାଏ। ଭୋକ କମାଇବାକୁ ଚାହିଁଲେ ଆପଣ ଥଣ୍ଡା କ୍ଷୀର ପିଇ ପାରିବେ। ଥଣ୍ଡା କ୍ଷୀର ପିଇବା ଦ୍ବାରା ଭୋକ ଲାଗି ନଥାଏ ଓ ପେଟ ସମ୍ବଦ୍ଧିତ ଅନ୍ୟ ସମସ୍ୟା ମଧ୍ୟ ହୋଇ ନଥାଏ।

-ଅନେକ ଲୋକ ବ୍ୟାୟାମ କରିବା ପରେ ଏମିତି ଡ୍ରିଙ୍କ୍ସ ପିଇବାକୁ ଚାହିଁଥାନ୍ତି। ଯେଉଁଥିରେ ସେମାନଙ୍କ ଶରୀରକୁ ଫାଇଦା ମିଳି ପାରିବ। ଏହିଭଳି ପରିସ୍ଥିତିରେ ଆପଣ ଥଣ୍ଡା କ୍ଷୀର ପିଇ ପାରିବେ ଏହାକୁ ପିଇବା ଦ୍ବାରା ଶରୀରକୁ ପ୍ରୋଟିନ ମିଳିଥାଏ।

-ଥଣ୍ଡା କ୍ଷୀର ପିଇବା ଦ୍ବାରା ଚେହେରାରେ ଚମକ ଆସିଥାଏ। ଚେହେରାରେ ଚମକ ଆସିବା ସହିତ ତ୍ବଚାକୁ ଟାଇଟ,ହାଇଡ୍ରେଟ ଏବଂ ନରମ କରାଇଥାଏ।