Odia News Portal

୪ ଦିନରେ ୫୨ ମିନିଟ୍


ଆଗୁଆ ବନ୍ଦ ହୋଇପାରେ ବିଧାନସଭା ଅଧିବେଶନ । ଗୃହରେ ହଟୁନି ଅଚଳାବସ୍ଥା । ନିଜ ନିଜ ଜିଦରେ ଅଟଳ ରହିଛନ୍ତି ଉଭୟ ଶାଶକ ଓ ବିରୋଧୀ ଦଳ । ୪ ଦିନରେ ମାତ୍ର ୪୨ ମିନିଟ ଚାଲିଛି ଗୃହ କାର୍ଯ୍ୟ । ଗୃହ କାର୍ଯ୍ୟ ସ୍ୱଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ କୈଣସି ସ୍ତରରେ ଉଦ୍ୟମ କରାଯାଇନାହିଁ । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଅଟଳ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିବୃତ ରଖିଥିଲେ ମଧ୍ୟ ବିରୋଧୀ ଶାନ୍ତ ହେବା ବଦଳରେ ନିଜ ପ୍ରତିବାଦକୁ ନୂଆ ନୂଆ ଆକାରରେ ଆହୁରି ଯୋରଦାର କରୁଛନ୍ତି । ଆଜି ବିଧାନସଭା ପ୍ରତିବାଦ ତୀବ୍ର ହେବ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିସରହ୍କ ବହିଷ୍କାର ଦାବିରେ ତୀବ୍ର ହେବ ବୋଲି ଜଣାପଡୁଛି । କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି କହିଛି । ସେପଟେ ଶାସକ ଦଳ ଦର ଦାମ ବୃଦ୍ଧି ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ତେଣୁ ଆଜି ବି ଗୃହରେ ଅଚଳାବସ୍ଥା ଲାଗି ରହିପାରେ ।