Odia News Portal

ପଣସ ମଞ୍ଜିରୁ ମିଳେ ଏହି ଫାଇଦା

ପଣସର ଫାଇଦା ବିଷୟରେ ଆପଣ ଅଳ୍ପ ବହୁତ ଜାଣିଥିବେ। ଏହା ଏକ ସୁପରଫୁଡ୍, ଯାହାର ନ୍ୟୁଟ୍ରିସନାଲ୍ ଭାଲ୍ୟୁ ଢ଼େର୍ ଅଧିକ ରହିଛି। ଅନେକ ଲୋକ ପଣସ ଖାଇବା ସମୟରେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି। କିନ୍ତୁ ଯଦି ଆପଣ ଏହାର ଫାଇଦା ବିଷୟରେ ଜାଣିବେ, ତ ନିଶ୍ଚୟ ଖାଇବା ଆରମ୍ଭ କରି ଦେବେ। ପଣସ ମଞ୍ଜି ତ୍ୱଚା ପାଇଁ ବେଶ୍ ଭଲ ହୋଇଥାଏ। ଏଥି ସହିତ ଏଥିରେ ଆଣ୍ଟି କ୍ୟାନ୍ସର ପ୍ରୋପର୍ଟିଜ୍ ବି ଭରି ରହିଛି। ତେବେ ଆସନ୍ତୁ ଜାଣିବା, ପଣସ ମଞ୍ଜି ଖାଇଲେ ଆମକୁ କି ପ୍ରକାରର ଲାଭ ମିଳି ପାରିବ।
ପଣସ ମଞ୍ଜିରେ ଆଣ୍ଟି ମାଇକ୍ରୋବିୟଲ ତତ୍ତ୍ୱ ମଧ୍ୟ ରହିଛି। ଏହାକୁ ଖାଇବା ଦ୍ୱାରା ଡାଇରିଆରୁ ଆରାମ ମିଳିଥାଏ। ଯଦି ଆପଣଙ୍କୁ ଏନିମିଆ ସମସ୍ୟା ରହିଛି, ତ ଆପଣଙ୍କ ପାଇଁ ପଣସ ମଞ୍ଜି ବହୁତ ଲାଭଦାୟକ ହୋଇପାରେ।
ଏଥିରେ ଆଇରନ ରହିଥାଏ, ଯାହା ହିମୋଗ୍ଲୋବିନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥାଏ। ଏନିମିଆରୁ ବଞ୍ଜିବା ପାଇଁ ଆଇରନ ରିଚ୍ ଡାଏଟ୍ ନେବା ଆପଣଙ୍କ ପାଇଁ ବହୁତ ଜରୁରୀ।
ପଣସ ମଞ୍ଜିରେ ପ୍ରୋଟିନ୍, ଆଣ୍ଟି ଅକ୍ସିଡାଣ୍ଟସ୍, ମିନେରାଲ୍ସ ଏବଂ ଭିଟାମିନ୍ ଭରପୂର ମାତ୍ରାରେ ରହିଛି, ଯାହାକି ତ୍ୱଚା ପାଇଁ ବେଶ୍ ଲାଭଦାୟକ ହୋଇଥାଏ।
ଏଥିରେ ପ୍ରୋଟିନ୍ ସହିତ ଭିଟାମିନ୍ ବି କମ୍ପ୍ଲେକ୍ସ ମଧ୍ୟ ରହିଥାଏ, ଯଦ୍ଦ୍ଵାରା ଆପଣଙ୍କ ସ୍କିନ୍ ଭଲ ରୁହେ ଏବଂ ମେଣ୍ଟାଲ ଷ୍ଟ୍ରେସ୍ ବି କଣ୍ଟ୍ରୋଲ ହୋଇଥାଏ।
ଏହି ମଞ୍ଜିକୁ ଆପଣ ଖାଇବା ସହିତ ଏହାର ପେଷ୍ଟ୍ ପ୍ରସ୍ତୁତ କରି ଚେହେରାରେ ମଧ୍ୟ ଲଗାଇ ପାରିବେ। କୁହାଯାଏ ଯେ ଏହାର ଆଣ୍ଟି ଆକ୍ସିଡାଣ୍ଟସ୍ କାରଣରୁ ଚେହେରାରେ ଚର୍ମ କୁଞ୍ଚନ ପଡ଼ି ନ ଥାଏ।
ଅଧିକାଂଶ ଶାକାହାରୀ ଲୋକଙ୍କଠାରେ ଭିଟାମିନ୍ ବି ର ମାତ୍ରା କମ୍ ମିଳିଥାଏ। ଏହି ଭିଟାମିନ୍ ଆପଣଙ୍କ ଇମ୍ୟୁନ୍ ସିଷ୍ଟମ୍କୁ ମଜଭୁତ ରଖିଥାଏ। ତେଣୁ ଶାକାହାରୀ ଲୋକମାନଙ୍କ ପାଇଁ ବି କମ୍ପ୍ଲେକ୍ସ ନେବାର ଏହା ଏକ ଭଲ ସୋର୍ସ ହୋଇଥାଏ।