Odia News Portal

କାର୍ତ୍ତିକ ପୂର୍ଣ୍ଣିମାରେ ଏହି ସବୁ ସ୍ଥାନକୁ ଯିବା ମନା

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣମୀ । ଏହି ଦିନ ସକାଳୁ ସକାଳୁ ଲୋକେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି। ହେଲେ ଏଥିଯୋଗୁ ଅଧିକ ଲୋକ ଏକତ୍ରୀତ ହୋଇ କରୋନା ପୁଣି ଥରେ ମୁଣ୍ଡ ଟେକିବା ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର, ସୁନପୁର, ଆର୍ଯ୍ୟପଲ୍ଲୀ ଆଦି ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟକ  ଓ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।

ଆଜି ଅପରାହ୍ନ ୨ଟାରୁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ  ଏସବୁ ବେଳାଭୂମୀକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।  ଏପରିକି ଏହି ସବୁ ବେଳାଭୂମିକୁ ଡଙ୍ଗା ଭସାଇବାକୁ ଯାଇ ଗହଳି ନ କରିବାକୁ କୁହାଯାଇଛି। ପ୍ରଶାସନର କଟକଣାକୁ ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ପ୍ରଶାସନର ଏହି ନିର୍ଦ୍ଦେଶ ପରେ ଶହ ଶହ ବର୍ଷର ପରମ୍ପରା ଡଙ୍ଗା ଭସା କିପରି ପାଳିବେ, କେଉଁ ଜଳାଶୟରେ ଡଙ୍ଗା ଭସାଇବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଲୋକେ।