Odia News Portal

୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଜଲ୍ହାଦକୁ ମିଳିବ ଏତିକ ଟଙ୍କା

ନୂଆଦିଲ୍ଲୀ() ମାର୍ଚ୍ଚ ୨୦ ଅର୍ଥାତ ଆସନ୍ତାକାଲି ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯିବାର । ସକାଳ ୫.୩୦ରେ ଏହି ଫାଶି ଦିଆଯିବ । ଏହି ଫାଶୀ ତିହାର ଜେଲରେ ଦିଆଯିବ। ଏ ସମ୍ପର୍କରେ ଜେଲ ପ୍ରଶାସନ ଦ୍ୱାରା ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଦିନ ତିହାର ଜେଲକୁ ମେରଠରୁ ପୱନ ଜାଲାଦଙ୍କୁ ଡକାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫାଶୀ ଦେବା ମାମଲାରେ ମାସକୁ ୩ ହଜାର ଟଙ୍କା ବେତନ ପାଇଥିବା ପୱନ ଜାଲାଦ ନିର୍ଭୟା ଦୋଷୀଙ୍କ ପ୍ରତ୍ୟେକ ଫାଶୀ ପାଇଁ ପ୍ରାୟ ୨୦ ହଜାର ଟଙ୍କା ପାଇବେ। କୁହାଯାଉଛି ଯେ ଜେଲ ପ୍ରଶାସନ ଏବଂ ପୱନ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।