Odia News Portal

ସୋସିଆଲ ମିଡିଆରେ ଅଧିକ ଫଟୋ ପୋଷ୍ଟ କରୁଥିବା କପଲ ନିଜ ସମ୍ପର୍କକୁ ନେଇ ଅସୁରକ୍ଷିତ ମନେକରିଥାନ୍ତି

ଭୁବନେଶ୍ୱର()ସୋସିଆଲ ମିଡିଆ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ପ୍ରତ୍ୟେକ ବ୍ୟବହାରକାରୀ ସେମାନଙ୍କର ଦୈନନ୍ଦିନ ଗତିବିଧି ବିଷୟରେ ଏଥିରେ ଜଣାଇଥାନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ପଛର ପ୍ରକୃତ କାରଣ ବାହାର କରାଯାଇଛି।

ଡାକ୍ତର ନିକି ଗୋଲ୍ଡାଷ୍ଟେନଙ୍କ ମତାମତ ଅନୁଯାୟୀ ସୋସିଆଲ ମିଡିଆରେ ଅନେକ କିଛି ଲେଖି ସେଲ୍ଫି ପୋଷ୍ଟ କରୁଥିବା କପଲ୍ଙ୍କ ମଧ୍ୟରେ ସେହିପରି ସମ୍ପର୍କରେ ମାଧୁର୍ୟ୍ୟ ନ ଥାଏ, ଯାହା ଦେଖାଯାଇଥାଏ। ତାଙ୍କ କହିବା ଅନୁଯାୟୀ ଯେଉଁ କପଲ୍ ସୋସିଆଲ ମିଡିଆରେ ଅଧିକ ସେଲ୍ଫି ପୋଷ୍ଟ କରିଥାନ୍ତି ସେମାନଙ୍କ ସମ୍ପର୍କ ସାଧାରଣ ହୋଇ ନ ଥାଏ।

ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ କପଲ୍ ନିଜ ସମ୍ପର୍କକୁ ନେଇ ଅସୁରକ୍ଷିତ ମନେକରିଥାନ୍ତି, ସେମାନେ ଅଧିକ ଫଟୋ ପୋଷ୍ଟକରି ସେମାନଙ୍କ ସମ୍ପର୍କକୁ ମାନ୍ୟତା ଦେବାପାଇଁ ଚେଷ୍ଟା କରିଥାନ୍ତି।