Odia News Portal

ସମ୍ପର୍କକୁ ମଜବୁତ୍ କରିବାକୁ ଚାହୁଁଛନ୍ତି କି ?

ଭଲପାଇବା ଥିବା ସତ୍ତ୍ବେ ମଧ୍ୟ ନିଜର ସାଥୀଙ୍କ ସହିତ କିଛି ଦୂରତା ରଖିବା ଦରକାର । ବ୍ୟକ୍ତିଗତ ଦୂରତାକୁ ଭୁଲ୍ ଭାବେ ନେବା ଠିକ୍ ନୁହେଁ । ନିଜ ସାଥୀଙ୍କ ଠାରୁ ଦୂରତା ରଖିବା ମାନେ ନୁହେଁ କି ସେ ଆପଣଙ୍କ ସହିତ ରହି ବୋର ହୋଇଗଲେଣି କିମ୍ବା ବିରକ୍ତ ହୋଇଗଣେଣି । ସମ୍ପର୍କରେ ଯଦିଓ ଦୁଇଜଣ ନିଜର ସବୁ କଥାବର୍ତ୍ତା, ସବୁ ଅନୁଭବ ସେୟାର କରିଥାନ୍ତି, କିନ୍ତୁ ଏହାଛଡା ପରସ୍ପରର ବ୍ୟକ୍ତିଗତ ଦୂରତାକୁ ନଜର ରଖିବା ଜରୁରୀ ଅଟେ । ଚାଲନ୍ତୁ ଜାଣିବେ କେମିତି ଅ।ପଣ ଆପଣଙ୍କ ସାଥୀଙ୍କ ସହ କିଛି ଦୂରତା ରଖିବାର ଅଭ୍ୟାସ କରିପାରିବେ ।

କିଛି ସମୟ ପାଇଁ ଅଲଗା ହୋଇ ଏକାନ୍ତରେ ନିଜର କାମ କରନ୍ତୁ । ଯାହା କେବଳ ଆପଣଙ୍କ ପାଇଁ ନୁହେଁ ଆପଣଙ୍କ ସାଥୀଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ । ଏହା କରିବା ଦ୍ବାରା ନିଜର ଜୀବନ ଏବଂ ଏକ ଯୋଡିଦାରର ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରହିବ । ଯାହା ଦ୍ବାରା ଆପଣ ଆପଣଙ୍କ ଜୀବନକୁ ଭଲ ଭାବେ ବଞ୍ଚିପାରିବେ ।
କିଛି ଲୋକଙ୍କୁ ଲାଗେ କି ଯଦି ସାଥୀ ନିଜକୁ କିଛି ଦୂରତା ଦେବାକୁ ଚାହେଁ, ତେବେ ସେ ଏହି ସମ୍ପର୍କରେ ଖୁସି ନାହିଁ କିମ୍ବା ସେ ଏହି ସମ୍ପର୍କକୁ ଭାଙ୍ଗିବାକୁ ଚାହାନ୍ତି । କିନ୍ତୁ ଏହା ସତ ନୁହେଁ । ବ୍ୟକ୍ତିଗତ ଦୂରତା ଦ୍ବାରା ଆପଣଙ୍କ ଭିତରେ ଥିବା ଅସୁରକ୍ଷିତ ଭାବନା ଦୂର ହୋଇଥାଏ ।
ଯଦି ଆପଣଙ୍କ ସାଥୀକୁ ଦୂରତା ଦେବାର ବିଚାରରେ ଆପଣଙ୍କୁ ଚିନ୍ତା ଲାଗୁଛି, ତେବେ ଆପଣଙ୍କ ସାଥୀଙ୍କୁ ନିଶ୍ଚିତ ଏହି କଥା ସେୟାର କରନ୍ତୁ । ଆପଣ ପରସ୍ପର ମିଶିକି ଏହାର ସମାଧାନର ବାଟ ବାହାର କରନ୍ତୁ। ଧ୍ୟାନ ରଖନ୍ତୁ ଆପଣଙ୍କ ସାଥୀକୁ ଏହା କେବେବି ଭାବିବାକୁ ଦିଅନ୍ତୁ ନାହିଁ କି ଆପଣ ତାଙ୍କଠାରୁ କିଛି ଦୂରତା ରଖିବାକୁ ଚାହୁଁଛନ୍ତି ବୋଲି ।