Odia News Portal

ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ମାମଲା ଭିସି କିମ୍ବା ଇ-ମେଲ ଜରିଆରେ ବିଚାର ହେବ । ଇ-ମେଲ ଆଇଡି ହେଉଛି [email protected]

ତେବେ ଦେଶରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୫ ଲୋକ ଏହି ଭାଇରସରେ କବଳରେ ଆସି ଜୀବନ ହାରିଛନ୍ତି । କରୋନା ଯୋଗୁଁ ୬୩୩ ଜଣ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନାର ଅଧିକ ୧୨୮ଟି ମାମଲା ଆସିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଓଡିଶାରେ ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।