Odia News Portal

ଆଇନ ମନ୍ତ୍ରୀ କହିଲେ, ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା

ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଯାହା ନିର୍ବାଚନରେ କୁହାଯାଇଥିଲା ତାକୁ ଗ୍ରାଉଣ୍ଡରେ କରି ଦେଖାଇବେ ସରକାର । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ତିଆରି ଚାଲିଛି, ଏହାପରେ କ୍ରିୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ । ଖୁବ୍ ଶୀଘ୍ର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ସେପଟେ ଗତ କିଛିଦିନ ତଳେ ସୁଭଦ୍ରା ଯୋଜନାକୁ ନେଇ ଲୋକଙ୍କୁ ଭ୍ରମିତ ନକରିବାକୁ କହିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କିଛି ପ୍ରମୁଖ ଗଣମାଧ୍ୟମରେ ମିଛ ଖବର ବୁଲୁଛି । ତାହା ଠିକ ନୁହେଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏପରି ମନ୍ତବ୍ୟ ଦେବା ସହ ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି କହିଥିଲେ ।