ଗଟୁଖା ଖାଇ ପୁଚପାଚ ଛେପ ପକାଉଥିଲେ ହୋଇଯାନ୍ତୁ ସାବଧାନ । ଯଦି ଆପଣ ଗୁଟୁଖା ଖାଉଛନ୍ତି ଆଉ ଘରର ଉପର ମହଲାରେ ରହୁଛନ୍ତି ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ଗୁଟୁକା ଛେପ ନେଇଯାଇପାରେ ଆପଣଙ୍କ ଜୀବନ । ହଁ ଦର୍ଶକ ବନ୍ଧୁ ପାନ ଗୁଟୁକା ସ୍ବାସ୍ଥ୍ୟ ପାଇଁ ହାନିକାରର ବୋଲି ଆପଣମାନେ ଜାଣିଛନ୍ତି । କିନ୍ତୁ ତା ଠରୁ ଅଧିକ ମାରାତ୍ମକ ହେଉଛି ଗୁଟୁଖା ଛେପ । ଏହା ସିଧା ଆପଣଙ୍କ ଜୀବନ ନେଇଯାଇପାରେ । କାରଣ ଗୁଟୁଖା ଖାଇ ଛେପ ପକାଇବା ବେଳେ ଚାଲିଯାଇଛି ଜଣେ ବୃଦ୍ଧଙ୍କ ଜୀବନ । ଗୁଟ୍ଖା ଛେପ ପକାଇବା ବେଳେ ହାଇଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଭଳି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ଗଞ୍ଜବାସୋଦା ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, ମୃତକଙ୍କ ନାମ ପ୍ରଭୁଲାଲ ଗୁପ୍ତା। ତାଙ୍କ ବୟସ ପ୍ରାୟ ୬୫ ବର୍ଷ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସେ ଗଞ୍ଜବାସୋଦାର ଗାୟତ୍ରୀ ନଗର ଅଞ୍ଚଳର ଏକ ଘରେ ରହୁଥିଲେ। ଘରେ ରହିବା ବେଳେ ଗାଈ ଗୋରୁ ଭଳି ଗୁଟୁଖା ଚୋବାନ୍ତି ପ୍ରଭୁଲାଲ ଗୁପ୍ତା । ଆଉ ଗୁଟୁଖା ଖାଇ ଛେପ ପକାଇବାକୁ ବାଲକୋନିରୁ ନଇଁକି ଛେପ ପକାନ୍ତି । ତେବେ ଗତ ଅକ୍ଟୋବର ୨୩ ତାରିଖ ଦିନ ପ୍ରାୟ ଅପରାହ୍ନ ୧ଟା ସମୟରେ ସେ ଘରର ତୃତୀୟ ମହଲା ବାଲକୋନିରେ ଥିବା ବେଳେ ଗୁଟ୍ଖା ଛେପ ପକାଇଥିଲେ । ଏହି ସମୟରେ ନିକଟରେ ଥିବା ୧୧ ହଜାର ଭୋଲ୍ଟ ବିଶିଷ୍ଟ ଉଚ୍ଚକ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାର ସହ ସେ ସଂସ୍ପର୍ଶରେ ଆସିଯାଇଥିଲେ । ଘଟଣା ସ୍ଥଳରେ ହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ କିନ୍ତୁ ପ୍ରଭୁଲାଲଙ୍କୁ ବଞ୍ଚେଇପାରିନନଥିଲେ ।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସୁରକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଘର ପାଖ ଦେଇ ଯାଇଥିବା ଉଚ୍ଚକ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାରକୁ ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ଏବଂ ଦୁର୍ଘଟଣା ପଛରେ କୌଣସି ବିଭାଗୀୟ ଅବହେଳା ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏଥିସହ ମୃତ୍ୟୁର କାଣର ବିଦ୍ୟୁତ ପାଇଁ ନା ଅନ୍ୟ କିଛି ପ୍ରକୃତ ସତ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
