Odia News Portal

ଦ୍ୱିତୀୟ ଟି-୨୦: ଶ୍ରୀଲଙ୍କାଠାରୁ ହାରିଲା ଭାରତ

ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯାଇଥିଲା । ଶ୍ରୀଲଙ୍କ ଆଜି ଭାରତକୁ ହରାଇ ମ୍ୟାଚ ବରାବର କରିଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତକୁ ୨୦୭ ରନର ଟାର୍ଗେଟ ଦେଇଥିଲା । ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଶ୍ରୀଲଙ୍କା ୧୬ ରନରେ ମ୍ୟାଚକୁ ସହଜରେ ଜିତି ନେଇଛି । ଭାରତ ପକ୍ଷରୁ ଇଶାନ କିଷନ ୫ ବଲରେ ୨ ରନ କରି ଆଉଟ ହୋଇଥିଲେ ।

ଶୁଭମନ ଗିଲ ୩ ବଲରେ ୫ ରନ କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ୫ ବଲରେ ୫ରନ କରି ଆଉଟ ହୋଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୨ ରନ କରି ଆଉଟ ହୋଇଥିଲେ । ଦୀପକ ହୁଡ଼ା ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ । ପରେ ପାରିକୁ ଅକ୍ଷର ପଟେଲ ଓ ସୂର୍ଯ୍ୟକୁମାର ଯାଦବ ପାରିକୁ ସମ୍ଭାଳିଥିଲେ ।

ପରେ ସୂର୍ଯ୍ୟକୁମାର ୩୬ ବଲରେ ୫୧ ରନ କରି ଆଉଟ ହୋଇଥିଲେ । ପରେ ପାରିକୁ ସମ୍ଭାଳିଥିବା ଅକ୍ଷର ପଟେଲ ୩୧ ବଲରେ ୬୫ ରନ କରି ଆଉଟ ହୋଇଥିଲେ । ଶିବମ ମାଭି ୧୫ ବଲରେ ୨୬ ରନ କରି ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ କାସୁନ ରଜିଥା ଓ ଦିଲସାନ ମଦୁସଙ୍କା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଚାମିକା କରୁଣାରନେô ଓ ୱାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ଡାସୁନ ଶଣକା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।