Odia News Portal

ବିଜେପି ସଂଗଠନ ଏବେ ଭାଗଭାଗ: ଜୟଦେବ ଜେନା

ବି.ଆର.ଏସ.ରେ ଓଡ଼ିଶା ନେତା ମିଶିବା ନେଇ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପୂର୍ବରୁ ବହୁ ଦଳ ଏପରି ଚେଷ୍ଟା କରିଛନ୍ତି । କିନ୍ତୁ କୌଣସି ପ୍ରଭାବ ପଡ଼ିନାହିଁ l ସେହିପରି ବିଜେପି ଉପରେ ବର୍ଷିଛନ୍ତି ଜୟଦେବ l ସେ କହିଛନ୍ତି, ବିଜେପି ସଂଗଠନ ଏବେ ଭାଗଭାଗ l ରାଜ୍ୟ ବିଜେପିର ୪- ୫ ଜଣ ନେତା ମାନସିକସ୍ତରରେ ଏକାଠି ନାହାନ୍ତି କି ଏକାଠି ହୋଇପାରିବେନି l

୨୦୧୯ରେ ବିଜେପି ଅର୍ଥ ଓ ବିଭିନ୍ନ ଲୋଭ ଦେଖାଇ କଂଗ୍ରେସର କିଛି ନେତାଙ୍କୁ ନେଇଥିଲା l ସେମାନଙ୍କୁ ନିର୍ବାଚନରେ ବ୍ୟବହାର କଲା l ଯେଉଁମାନେ ବିଜେଡି କି କଂଗ୍ରେସରେ ମିଶି ପାରୁନାହାନ୍ତି, ସେମାନଙ୍କୁ ବିଜେପି ନେଉଛି l  ଗିରିଧର ଗମାଙ୍ଗଙ୍କୁ ବିଜେପି ନିର୍ବାଚନରେ ବ୍ୟବହାର କଲା l ତାପରେ ତାଙ୍କୁ ଅପମାନିତ କଲା l ବିଜେପି ୨୦୧୯ରେ  ମିଶନ- ୧୨୦ ନାରା ଦେଇଥିଲା l ଏବେ ତାଙ୍କ ସ୍ଥିତି କ’ଣ ବୋଲି ଜୟଦେବ ଜେନା ପ୍ରଶ୍ନ କରିଛନ୍ତି l କଂଗ୍ରେସରୁ ନେତା ନେଇ ବିଜେପି ସଫଳ ହୋଇପାରିବନି ବୋଲି ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି ।