Odia News Portal

ମହାନଦୀ ପାରି ହେବାବେଳେ ଫଶିଗଲେ ହାତୀପଲ

ମହାନଦୀ ପାର ହେଉଥିବାବେଳେ ବନ୍ୟା ଜଳର ପ୍ରଖର ସ୍ରୋତ ଭିତରେ ଫଶିଯାଇଥିଲେ ହାତୀପଲ । ହେଲେ ହାତୀଗୁଡିକ ମହାନଦୀର ଅକାତ କାତ ପାଣି ଭିତରେ ପହଁରି ପାର ହୋଇପାରିନଥିଲେ । କୁହାଯାଉଛି ଆଠଗଡ ପଟୁ ମହାନଦୀପାର ହୋଇ ଚନ୍ଦକା ଆସୁଥିବାବେଳେ ପ୍ରଖର ସ୍ରୋତରେ ହାତୀପଲ ଭିତରୁ ୫ଟିି ହାତୀ କିଛି ବାଟ ଠେଲି ହୋଇଯାଇଥିଲେ । ଆଉ ତାପରେ ହାତୀଗୁଡିକ ନଦୀର ପାଣି ଭିତରେ ପହଁରିଥିଲେ । ହେଲେ ନଦୀର ପ୍ରଖର ସ୍ରୋତ ଥିବା ଯୋଗୁଁ ନଦୀ ପାର ହୋଇପାରିନଥିଲେ । ଆଉ କିଛି ସମୟ ପରେ ପୁଣି ଆଠଗଡ ବନଖଣ୍ଡକୁ ଫେରିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ହାତୀପଲରେ ୨୦ଟି ହାତୀ ଥିଲେ ।ଆଠଗଡରେ ସାଧାରଣତଃ ହାତୀଙ୍କ ଚଳପ୍ରଚଳ ବେଶୀ । ହାତୀ ସବୁବେଳେ ଏହି ଅଂଚଳରେ ଯିବାଆସିବା କରିଥାନ୍ତି । ତେବେ ମହାନଦୀରେ ପାଣିଥିବାବେଳେ ଆଜି ହାତୀପଲ ନଦୀପାର ହେଉଥିଲେ । ସେମାନଙ୍କ ମଧ୍ୟରୁ ୫ଟି ହାତୀ ଭରା ନଦୀରେ ଫଶିଯାଇଥିଲେ । ତିତଲି ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଜଳ ଅଧିକ ଥିବା ସହ ପ୍ରଖର ସ୍ରୋତ ରହିଛି ।