Odia News Portal

ରାଜ୍ୟରେ ଆଉ ୧୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୫୨.୦୭ ପ୍ରତିଶତ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୨୭ ପ୍ରତିଶତ । ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୨୯ ଜଣ । ୨୪ ଘଣ୍ଟାରେ ୬୧ ହଜାର ୭୭ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ରହିଛି ୧ହଜାର ୯୨୨।
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୨ ଜଣ, ଭଦ୍ରକରୁ ୨ ଜଣ, ବଲାଙ୍ଗୀରରୁ ୨ ଜଣ, କଟକରୁ ୯ ଜଣ, ଦେବଗଡ଼ରୁ ୫ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୭ ଜଣ, ଯାଜପୁରରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, ଖୋର୍ଦ୍ଧାରୁ ୮୮ ଜଣ, ମୟୂରଭଞ୍ଜରୁ ୩ ଜଣ, ନୟାଗଡ଼ ଜିଲ୍ଲାରୁ ୨ ଜଣ, ପୁରୀରୁ ୨ ଜଣ, ସମ୍ୱଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୯ ଜଣ ଓ ଷ୍ଟେଟ ପୁଲରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୨ହଜାର ୬୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୨ ହଜାର ୨୨୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧ ହଜାର ୯୨୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।