Odia News Portal

ରାଜ୍ୟରେ ଆଉ ୧୮୬ ନୂଆ କୋରନା ଆକ୍ରାନ୍ତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୫୦.୫୩ ପ୍ରତିଶତ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୩୪ ପ୍ରତିଶତ । ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ । ୨୪ ଘଣ୍ଟାରେ ୫୪ ହଜାର ୨୨୬ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ରହିଛି ୧ହଜାର ୮୨୧ ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ୱରରୁ ୧ ଜଣ, ବରଗଡ଼ରୁ ୧ ଜଣ, ଭଦ୍ରକରୁ ୩ ଜଣ, କଟକରୁ ୧୮ ଜଣ, ଦେବଗଡ଼ରୁ ୫ ଜଣ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୧ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୨ ଜଣ, ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, ଖୋର୍ଦ୍ଧାରୁ ୯୪ ଜଣ, ମୟୂରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୩ ଜଣ, ସମ୍ୱଲପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ ଷ୍ଟେଟ ପୁଲରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୩ ହଜାର ୧୦୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୨ ହଜାର ୭୦୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧ ହଜାର ୮୨୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।