Odia News Portal

ରାଜ୍ୟରେ ରୋଗୀ ସେବାର ନୂଆ ଯୋଜନା କଲେ ମୁଖ୍ୟମନ୍ତ୍ରୀ

ଦୂର୍ଗମ ଅଞ୍ଚଳରେ ରହିବ ନାହିଁ ସ୍ବାସ୍ଥ୍ୟସେବା ଜନିତ ଅସୁବିଧା। କିଛି ବି ଅସୁବିଧା ହେଲେ ରୋଗୀ ନିକଟରେ ଏୟାର ଲିଫ୍ଟରେ ପହଞ୍ଚିବେ ଡାକ୍ତର । ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ଭୁବନେଶ୍ୱର ଏୟାରପୋର୍ଟରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହେବ । ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ହେବ ଏକ ମାଇଲଖୁଣ୍ଟ । କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ାରେ ଏହି ସେବା ଉପଲବ୍ଧ ହେବ । ରୋଗୀଙ୍କ ନିକଟରେ ତୁରନ୍ତ ପହଞ୍ଚିପାରିବେ ଡାକ୍ତରୀ ଟିମ୍। ଏହିସେବା ମୁଖ୍ୟମନ୍ତ୍ରୀଙ୍କ ଏକ ଜୁଗାନ୍ତକାରୀ ସେବା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।