ରାଜଧାନୀରେ ଜମି ବ୍ୟବସାୟୀ ସସ୍ମିତ ବିଶ୍ୱାଳ ହତ୍ୟାକାଣ୍ଡ ଘଟଣାରେ ସିନ୍ ରିକ୍ରିଏସନ୍ କଲା ହତ୍ୟାକାରୀ । ଏୟାର୍ଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି କାଜୁ ଜଙ୍ଗଲରେ ବିଲ୍ଡର ସସ୍ମିତ ବିଶ୍ୱାଳଙ୍କୁ ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଏୟାର୍ଫିଲ୍ଡ ପୁଲିସ । ରିମାଣ୍ଡରେ ଆଣିବା ପରେ ମୁଖ୍ୟ ଅଭିଯୁକ୍ତକୁ କ୍ରାଇମ୍ ସ୍ପଟକୁ ନିଆଯାଇଛି । ମୁଖ୍ୟ ଅଭିଯୁକ୍ତର ନାଁ ଦେବଦତ୍ତ ପରିଡ଼ା । ଅଭିଯୁକ୍ତ କିଭଳି ପିଟି ପିଟି ହତ୍ୟା କରିଥିଲା ତାହା ଦେଖାଇଛି । ତେବେ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏୟାର୍ଫିଲ୍ଡ ଥାନା ପୁଲିସ । ତେବେ ଏହା ପୂର୍ବରୁ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା । ସସ୍ମିତ ବିଶ୍ୱାଳ ଓରଫ ଚିନୁ, ଘର ଭୁବନେଶ୍ୱର ଏୟାରଫିଲଡ ଥାନା ଅଞ୍ଚଳରେ । ଜଣେ ବିଲ୍ଡର ବା ଜମି ବ୍ୟବସାୟୀ । ଭୁବନେଶ୍ୱରରେ ଜମି କିଣାବିକାକୁ ନେଇ ସସ୍ମିତଙ୍କ ସହ କିଛି ଲୋକଙ୍କ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ସେହି ଜମି ନିକଟକୁ ଯାଇଥିଲେ ସୁଶାନ୍ତ । ହେଲେ ଆଉ ଘରକୁ ଫେରିନଥିଲେ । ବିବାଦୀୟ ଜମି ନିକଟରେ ୭ ରୁ ୮ ଜଣ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରି ଫେରାର ହୋଇଥିଲେ ।