Odia News Portal

୩୧୦୦ ମିଟରରୁ ଅଧିକ Tସେତୁର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଦୀର୍ଘ ବର୍ଷ ପରେ ଗ୍ରାମାଞ୍ଚଳରୁ ସହରାଞ୍ଚଳରୁ ସଂଯୋଗ ପାଇଁ ଆସନ୍ତାକାଲି ସର୍ବବୃହତ ସମ୍ପର୍କ T ସେତୁର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହି କାର୍ୟ୍ୟର ତଦାରଖ କରିଛନ୍ତି। ଏହି ବ୍ରିଜର ଲମ୍ବ ୩୧୦୦ ମିଟରରୁ ଅଧିକ। ୧୩୨ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଛି।
ସେହି ବ୍ରିଜ ଦ୍ୱାରା ବଡମ୍ବା-ନରସିଂହପୁରରୁ ଭୁବନେଶ୍ୱର ଆସିବା ଦୂରତା ପ୍ରାୟ ୫୦ କିଲୋମିଟର କମିଯିବ। ବିଶେଷକରି ବ୍ୟବସାୟ ଓ ପର୍ୟ୍ୟଟନ କ୍ଷେତ୍ରରେ ସହାୟକ ହେବ ଏହି T ସେତୁ। ଏହା ଦେଖିବାକୁ ମଧ୍ୟ ଆକର୍ଷଣୀୟ। ରାଜ୍ୟରେ ପ୍ରଥମ ଥର ଏଭଳି ଡିଜାଇନରେ ସେତୁ ନିର୍ମାଣ କରାଯାଇଛି। ଏହାସହ ସ୍ଥାନୀୟ ଲୋକଙ୍କ ପାଇଁ ନୂଆ ସମ୍ପର୍କ ପାଲଟିବ ଏହି ବ୍ରିଜ୍।