Odia News Portal

କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୩ ରୋଗୀ ମୃତ୍ୟୁ

ମହାରାଷ୍ଟ୍ର: ଦେଶରେ ସଂକ୍ରମଣ ସଂଖ୍ୟା ବଢି ଚାଲୁଥିବା ସମୟରେ ମହାରାଷ୍ଟ୍ର ପିଛା ଛାଡ଼ୁନି ଦୁର୍ଭାଗ୍ୟ । କିଛିଦିନ ତଳେ ଅକ୍ସିଜେନ ଲିକ୍ ପରେ ଅକ୍ସିଜେନ୍ ଅଭାବରୁ ନାସିକର ଏକ ହସ୍ପିଟାଲରେ ୨୪ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ । ଆଜି ମହାରାଷ୍ଟ୍ର ଭିରାରର ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଆଇସିୟୁରେ ଥିବା ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁସାରେ ଅଗ୍ନିକାଣ୍ଡ ବେଳେ ଆଇସିୟୁରେ ୧୭ ଜଣ କରୋନା ଆକ୍ରାନ୍ତ ଥିଲେ । ଅଗ୍ନିକାଣ୍ଡର କାରଣ ଏସିରେ ସଟ ସର୍କିଟ୍ ବୋଲି କୁହାଯାଉଛି ।