Odia News Portal

କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍

କର୍ଣ୍ଣାଟକ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତିରୁ ପୂରା କର୍ଣ୍ଣାଟକରେ ଏହି ଲକଡାଉନ୍ ଆରମ୍ଭ ହୋଇ ଆଗାମୀ ୧୪ ଦିନ ଯାଏଁ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।ମଙ୍ଗଳବାର ରାତି ୯ଟାରୁ ଏହି ନିୟମ ଲାଗୁହେବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ . ୟେଦିୟୁରପ୍ପା । ୧୪ ଦିନ ଯାଏଁ କର୍ଣ୍ଣାଟକରେ ଲକଡାଉନ୍‌ ଲାଗୁ ରହିବା ନେଇ ଘୋଷଣା କରାଯାଇଛି ।

ଲକଡାଉନ୍‌ ସମୟକୁ କିଛିଟା କୋହଳ ମଧ୍ୟ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ଟାରୁ ଦିନ ୧୦ ଦିନରେ ମାତ୍ର ୪ ଘଂଟା ପାଇଁ ଖୋଲାରହିବ । ଦିନ ୧୦ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଦିନ ୧୦ଟା ପରେ ନିର୍ଦ୍ଦିଷ୍ଟ କେତେକ ସଂସ୍ଥା ଚାଲୁ ରଖିବା ପାଇଁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ନିର୍ମାଣ କାର୍ଯ୍ୟ, ଉତ୍ପାଦନ କ୍ଷେତ୍ର, ଚାଷ କାର୍ଯ୍ୟ ଏବଂ ଜରୁରୀ ସେବାକୁ ଲକଡାଉନ୍‌ ରୁ ବାଦ ଦିଆଯାଇଛି । ସର୍ବସାଧାରଣ ପରିବହନ ବନ୍ଦ ରହିବା ନେଇ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି ।ଏଥିସହ ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ମେ ପହିଲାରୁ ରାଜ୍ୟରେ ସାବାଳକ ଲୋକଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି । ତେଣୁ ଏପରି ସ୍ଥିତିରେ ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ଲକଡାଉନ୍ ହିଁ ଏକମାତ୍ର ଉପାୟ ।