ନିଶ୍ଚିନ୍ତକୋଇଲି: ମାହାଙ୍ଗା ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ସଡ଼କ ଦୁର୍ଘଟଣା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତା କଟିକଟା ବଜାରରେ ଭୋର ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଆଜି ଭୋର ସମୟରେ କଟକରୁ କେନ୍ଦ୍ରାପଡ଼ା ଯାଉଥିବା ଏକ ଟ୍ରକର ଚକା ଫାଟି ଯିବାରୁ ଟ୍ରକଟି ରାସ୍ତା ର ଡାହାଣ କଡ଼କୁ ମାଡ଼ି ଯାଇ ବିପରୀତ ଦିଗରୁ ଆସୁଥିବା ଏକ ସୁଇପ୍ଟ ଡିଜାୟାର କାରକୁ ଧକ୍କା ଦେଇଥିଲା । ଧକ୍କାରେ କାରଟି ଏକ ଗଛରେ ପିଟି ହୋଇଯିବାରୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଏବଂ କାରରେ ଥିବା ଅନ୍ୟ ସମସ୍ତଙ୍କ ଅବସ୍ଥା ଗୁରୁତର ରହିଛି । ମୃତାଜଣକ ୧୭ ବର୍ଷୀୟା ନାବାଳିକା ସରିତା ମଲ୍ଲିକ ବୋଲି ଜଣାଯାଇଛି । ଏହି ଦୁର୍ଘଟଣାରେ ଗୁରୁତରମାନେ ହେଉଛନ୍ତି ଦେବାଶିଷ ମହାନ୍ତି, ବାବାଜି ମଲ୍ଲିକ, ବିଶ୍ୱଜିତ ମଲ୍ଲିକ ଓ ସନ୍ଧ୍ୟାରାଣୀ ମଲ୍ଲିକ