Odia News Portal

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୦୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୪୫,ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ୮୬ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୭,୦୦୩କୁ ବୃଦ୍ଧି ପାଇଛି । ୧୦,୩୬,୨୩୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨,୩୨୭ ସକ୍ରିୟ ଆକ୍ରାନ୍ତ ଚିକିସôାଧୀନ ଅବସ୍ଥାରେ ରହିଛନ୍ତି । ୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୫, ବରଗଡ ୧, ବଲାଙ୍ଗୀର ୧, ବୌଦ୍ଧ ୫, କଟକ ୧୦, ଦେଓଗଡ ୧, ଗଞ୍ଜାମ ୧, ଜଗତସିଂହପୁର ୩, ଯାଜପୁର ୬, କଳାହାଣ୍ଡି ୩, କେନ୍ଦ୍ରାପଡା ୨, କେନ୍ଦୁଝର ୨, ଖୋର୍ଦ୍ଧା ୧୦୭, ମୟୁରଭଞ୍ଜ ୫, ନୟାଗଡ ୪, ପୁରୀ ୧, ରାୟଗଡା ୧, ସୋନପୁର ୧, ସୁନ୍ଦରଗଡ ୨୨ ଓ ଷ୍ଟେଟ ପୁଲରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।