Odia News Portal

୩ ମାଓ କ୍ୟାଡ଼ରଙ୍କ ଆତ୍ମସମର୍ପଣ

ମାଲକାନଗିରି :   ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ୩ ଜଣ କ୍ୟାଡର ମାଓବାଦୀ । ମାଲକାନିଗିରି ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ । ସମସ୍ତ ମାଓବାଦୀ ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟିର ସଦସ୍ୟ । ସେମାନେ ହେଲେ ଏସିଏମ ରାଙ୍କର ମାଓବାଦୀ ମଇନୁ, ରାମେ ଓ ରଘୁ ।ମଇନୁ ଓ ରାମେକୁ ଧରିବାକୁ ପୂର୍ବରୁ ପୋଲିସ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଜଣକା ମୁଣ୍ଡ ପିଛା 4 ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବାବେଳେ ରଘୁ ନାମରେ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା । ରାମେ ଓ ମଇନୁଙ୍କ ଘର ଛତିଶଗଜର ବିଜାପୁର ଜିଲ୍ଲା । ମାଲକାନଗିରି ସ୍ବାଭିମାନ ଅଞ୍ଚଳର ବେଜିଙ୍ଗ ଗାଁର ରଘୁ । ଏନେଇ ଏସପିଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ 2 ବର୍ଷ ଭିତରେ ଗୁରୁପ୍ରିୟା ସେତୁ ହେବା ପରେ ସ୍ବାଭିମାନ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ଓ ପୋଲିସର ମାଓଦମନ ଦେଖି ୩ ଜଣ ମାଓବାଦୀ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ଦୁଇ ବର୍ଷ ଭିତରେ ୨୦ ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି । ସେପଟେ ଆତ୍ମସମର୍ପଣ କରିଥିବା ଏହି ଏହି ୩ ମାଓବାଦୀଙ୍କୁ ସରକାରୀ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି ।