ଭୁବନେଶ୍ବର: ଘରେ ଶାନ୍ତି ଓ ସମୃଦ୍ଧି ପାଇଁ ଗୃହ ମଧ୍ୟରେ କିଛି ଏ ପରି ଜିନିଷ ରଖିବା ନିତାନ୍ତ ଆବଶ୍ୟକ ଯାହା ଦ୍ଵାରା ଗୃହରେ ବାସ କରୁଥିବା ଦେବାଦେବୀ ସନ୍ତୁଷ୍ଟ ହୋଇପାରିବେ। ବାସ୍ତୁ ଅନୁସାରେ ଏହି ସବୁ ଜିନିଷ ରଖିବା ଦ୍ୱାରା ଘରେ ଧନ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି । ଧନ ଏବଂ ଅନ୍ନ ସହ ଜଡିତ ସମସ୍ୟା ଦୂର ହେବା ସହ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଘରର ସଦସ୍ୟମାନଙ୍କ ମଧ୍ୟରେ ଏକତା ବଢିବା ସହ ଘରେ ଖୁସିର ବାତାବରଣ ମଧ୍ୟ ସୃଷ୍ଟି ହୋଇଥାଏ ।

ଗୃହରେ ପବନ ପୁତ୍ର ହନୁମାନଙ୍କୁ ସର୍ବଦା ପୂଜା, ଭକ୍ତି କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି । ସେ ସଙ୍କଟ ହରନ୍ତି ଏବଂ ସମସ୍ତ କାର୍ଯ୍ୟରେ ସଫଳତା ଦିଅନ୍ତି । ଏଥିସହିତ ପରିବାର ଲୋକଙ୍କ ମଧ୍ୟ ସୁରକ୍ଷା କରିଥାନ୍ତି । ତେଣୁ ଗୃହର ଦକ୍ଷିଣ – ପଶ୍ଚିମ କୋଣରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ କିମ୍ବା ମୂର୍ତ୍ତି ରଖିବା ଆବଶ୍ୟକ । ଗୃହରେ ମାଟି ପାତ୍ର ରଖିବା ଶୁଭ ସଙ୍କେତ ବୋଲି ଜଣାଯାଏ । ବାସ୍ତୁ ଅନୁଯାୟୀ, ଏଥିରେ ପାଣି ଭରି ଗୃହର ଉତ୍ତର ଦିଗରେ ରଖିବା ସହ ଏହାକୁ କେବେ ଖାଲି ରଖିବା ଅନୁଚିତ । ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଘରର ମୁଖ୍ୟ ଫାଟକ ରେ ମା ଲକ୍ଷ୍ମୀ ଏବଂ କୁବେରଙ୍କର ଫଟୋ ଲଗାନ୍ତୁ । ଏଥି ସହିତ ମା ଲକ୍ଷ୍ମୀ ଏବଂ କୁବେରଙ୍କର ଫଟୋ କିମ୍ବା ମୂର୍ତ୍ତିକୁ ଠାକୁର ଘରେ ରଖି ପୂଜା କରନ୍ତୁ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଅନ୍ନ ଏବଂ ଧନ ର ଅଭାବ ଦୂରୀଭୂତ ହୋଇଥାଏ । ଗୃହର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାରା ମଧ୍ୟ ଗୃହରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।ମୟୂର ପୁଚ୍ଛ ଘରେ ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏହାକୁ ଘରର କାନ୍ଥ କିମ୍ବା ପୂଜା ସ୍ଥାନରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ । ଅନ୍ନ ଏବଂ ଧନ ଜନୀତ ସମସ୍ୟା ଦୂର ହେବା ସହ ଘରର ସଦସ୍ୟମାନଙ୍କ ମଧ୍ୟରେ ଏକତା ରହିଥାଏ ।

ପିଲାମାନଙ୍କ କୋଠରୀରେ ଲଗାଇବା ଦ୍ୱାରା ସେମାନଙ୍କ ଚିଡିଚିଡ଼ାପଣ ଏବଂ କ୍ରୋଧ ଦୂର ହେବା ସହ ଏକାଗ୍ରତା ଶକ୍ତି ବୃଦ୍ଧି ପାଇଥାଏ । ହିନ୍ଦୁ ଧର୍ମରେ ଗଙ୍ଗା ମାତାଙ୍କୁ ମା’ଙ୍କର ସ୍ଥାନ ଦିଆଯାଇଛି । ସେଥିଲାଗି ଗଙ୍ଗା ଜଳକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ପ୍ରତ୍ୟେକ ଶୁଭ କର୍ମ ବା ପୂଜାରେ ଗଙ୍ଗା ଜଳର ବ୍ୟବହାର କରାଯାଏ । ତେଣୁ ଗୃହରେ ଏହାକୁ ରଖିବା ଜରୁରୀ ।ଏହା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ।ଏବଂ ଗୃହର ଆର୍ଥିକ ସମସ୍ୟା ଦୂର ହୋଇଥାଏ।