Odia News Portal

କଲେଜ ହଷ୍ଟେଲରେ ୮ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ

ଢେଙ୍କାନାଳ: ପୁଣି ଶିକ୍ଷାନୁଷ୍ଠାନକୁ ଘାରିଲା କରୋନା ଭୟ| ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜର ହଷ୍ଟେଲରୁ ୮ ଜଣ ଛାତ୍ରଛାତ୍ରୀ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏବେ ସମସ୍ତ ଆକ୍ରାନ୍ତଙ୍କୁ ହଷ୍ଟେଲ୍‌ ପରିସରରେ ଥିବା କ୍ୟାଣ୍ଟିନ୍ ମଧ୍ୟ‌ରେ ରଖାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା କରାଯାଉ ଥିବା ସୂଚନା ମିଳିଛି।

ତେବେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହଷ୍ଟେଲ୍‌ରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କର ପୂର୍ବରୁ କୋଭିଡ୍‌ ଟେଷ୍ଟ ହୋଇଥିଲା। ୫ ଦିନ ପରେ ଆଉଥରେ କୋଭିଡ୍‌ ଟେଷ୍ଟ କରାଯିବ। ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସିବ, ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ଆକ୍ରାନ୍ତ ଚିହ୍ନଟ ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି |