Odia News Portal

ଦେଶରେ ୯୯ କୋଟି ଅତିକ୍ରମ କଲା ଟୀକାକରଣ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ଟୀକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ଏବେ ରେକର୍ଡ କରିଛି । ମଙ୍ଗଳବାର ସୁଦ୍ଧା ଟୀକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ବହୁତ ଶୀଘ୍ର ଟୀକାକରଣ ସଂଖ୍ୟା ୧୦୦ କୋଟି ଛୁଇଁବ । ଦେଶରେ ଏପର୍ଯ୍ୟନ୍ତ ମୋଟ ୯୯ କୋଟି ୧୨ ଲକ୍ଷ ୮୨ ହଜାର ୨୮୩ ଲୋକଙ୍କୁ ଟୀକାକରଣ କରାଯାଇସାରିଲାଣି । ଜାନୁଆରୀ ୧୬ ରୁ ଦେଶବ୍ୟାପୀ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।