Odia News Portal

ହାଇଓ୍ବା ଧକ୍କାରେ ୬ ମୃତ

ନୟାଗଡ଼() ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଶରଣକୁଳ ହାଇସ୍କୁଲ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି।

ସୂଚନାଯୋଗ୍ୟ ଯେ, ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ହାଇଓ୍ବା ଧକ୍କା ଦେଇଥିଲା । ହାଇଓ୍ବା ଧକ୍କାରେ ପ୍ରଥମେ ୫ଜଣଙ୍କର ମୃତ୍ୟୁ ହୋଇଥିବେବେଳେ ଜଣେ ଶିଶୁ ଗୁରୁତର ଅଛନ୍ତି। ବର୍ତ୍ତମାନ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ୩ ପୁରୁଷ ଏବଂ ୨ ମହିଳା ଥିଲେ। ତେବେ ଦୁର୍ଘଟଣା ଘଟାଇ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ଭୁବନେଶ୍ବର-ଓଡ଼ଗାଁ ରାସ୍ତା ଅବରୋଧ କରାଯାଇଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।