Odia News Portal

ଓଡ଼ିଆ ପରେ ହିନ୍ଦୀରେ ଧମାଲ ମଚାଇବ ‘ଆଇଗିରି ନନ୍ଦିନୀ’

ଭୁବନେଶ୍ୱର : ଆଇଗିରି ନନ୍ଦିନୀ ମା ଦୁର୍ଗାଙ୍କ ନିମନ୍ତେ ରଚନା କରାଯାଇଥିବା ଗୀତଟି ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁଛି । ସମସ୍ତଙ୍କ ମନରେ ଏହା ସବୁଦିନ ଲାଗି ଛାପ ହୋଇ ରହିଯିବ । ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କରିଥିବା ଏହି ସଙ୍ଗୀତ ଭିଡିଓଟି ସସ୍କୃତି ସମ୍ପନ୍ନକ୍ଲାସିକରେ ପରିଣତ ହୋଇଛି । ୟୁଟ୍ୟୁଟରେ ଏହା ୮ ଲକ୍ଷ ଉପରେ ଦର୍ଶକ ଦେଖିଥିବା ବେଳେ ସୋସିଆଲ ମିଡିଆ ସାଇଟରେ ଏହା ଛାଇ ଯାଇଛି । ଦର୍ଶକେ ଗୀତକୁ ଭଲ ପାଇବା ସହ ମୂଲ୍ୟବାନ କମେଣ୍ଟ ମାଧ୍ୟମରେ ଉତ୍ସାହିତ କରିଛନ୍ତି ।

ସୁସ୍ମିତା ଦାସ ଏବଂ ଅରୋମୀରାଙ୍କ ଦଳ ଏବେ ଦଶହରା ଅବସରରେ ବର୍ତ୍ତମାନ ଲୋକପ୍ରିୟ ଜନତାଙ୍କ ଚାହିଦାକୁ ନେଇ ଗୀତର ହିନ୍ଦୀ ସଂସ୍କରଣ ଆଣିଛନ୍ତି । ସୁସ୍ମିତା ଦାସଙ୍କଏହି ସଙ୍ଗୀତ ଭିଡିଓକୁ ସୁନ୍ଦର ଭାବରେ ଚିତ୍ର ଉତ୍ତୋଳନ କରାଯାଇଛି, କାବ୍ୟିକ ଭାବରେ କଳ୍ପନା କରାଯାଇ ଏହାକୁ ଆକର୍ଷଣୀୟ ଭାବରେ ସମ୍ପାଦିତ କରାଯାଇଛି ।

ଗୀତର ସାରାଂଶ ହେଉଛି ଦେବୀଦୁର୍ଗା ଆଉ ସାଧାରଣ ଭାବରେ ନାରୀତ୍ୱର ଏକ ମୁଖରିତ ଉତ୍ସବଜ୍ଝ ଅନୁପ ଅଗ୍ରୱାଲଙ୍କ ପ୍ରଭାବଶାଳୀ ରଚନା ସହିତ ସୁସ୍ମିତା ଦାସ ଏବଂ ଅଭିଜିତ ମିଶ୍ରଙ୍କ ଦ୍ୱାରା ଏହା ଗାୟନ କରାଯାଇଛି ଏବଂ ଦେବ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । ସୂର୍ୟ୍ୟମୟୀ ଏବଂ ଅମିତ ଡ୍ୟାନ୍ସ ଗ୍ରୁପର ପ୍ରଦର୍ଶନ ଏହାର ଅଣପାରମ୍ପାରିକ କିନ୍ତୁ ପ୍ରଭାବଶାଳୀ ଉପସ୍ଥାପନାରୁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି ।

ସୁମିତ ଦୀକ୍ଷିତଙ୍କ ସ୍ୱର ସଂଯୋଜନାରେ ଏହି ଗୀତଟି ସମୃଦ୍ଧ ଓ ସ୍ତରିତଅଟେ ଏବଂ ବିମୋହିତ ହୋଇ ବାରମ୍ବାର ଦୋହରାଇଲା ଭଳି ଏକ ସଂଗୀତ କୃତି ତିଆରି ହୋଇପାରିଛିଜ୍ଝକଳା ଓ ଛାୟାଙ୍କନର ନିଆରା ସଂରଚନା ମାଧ୍ୟମରେ ପ୍ରଦର୍ଶିତଏହି ଗୀତଟିକୁ ଆପଣ ଦେଖିବାର ଦୀର୍ଘ ସମୟ ପରେ ବି ଏହାର ଭିଜୁଆଲ୍ ଆପଣଙ୍କ ମନମଧ୍ୟରେ ଅଲିଭା ହେଇ ରହିଯିବ ।

ଗାୟିକା ସୁସ୍ମିତା ଦାସ କୁହନ୍ତି,’ଓଡ଼ିଆ ସଂସ୍କରଣର ଜବରଦସ୍ତ ଚାହିଦା ହେତୁ, ଆମେ ଏହାର ହିନ୍ଦୀ ସଂସ୍କରଣ ସୃଷ୍ଟି କରି ଏକ ସର୍ବ ଭାରତର ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ଏହା ଉପଯୁକ୍ତ ବୋଲି ମନେକଲୁ । ଏହି ପ୍ରକ୍ରିୟାରେ, ମୋତେ ପୁନର୍ବାର ଶ୍ଳୋକଗୁଡ଼ିକ ଗାଇବାକୁ ପଡ଼ିଥିଲା । ଏହା ମୋ ପାଇଁ ଏକ ଚ୍ୟାଲେଞ୍ଜ କିନ୍ତୁ ଅସାଧାରଣ ଭାବରେ ସନ୍ତୋଷଜନକ ଥିଲା।’

ଏହି ଗୀତର ନିର୍ଦ୍ଦେଶକ ଦେବ ମେହେର କୁହନ୍ତି, ‘ଏହାରସଂଯୋଜନା, ଉପସ୍ଥାପନାରେ ଏକ ଅନନ୍ୟ ସୃଷ୍ଟି ଦାବି କରିଥିଲା ଏବଂ ଆମେ ଏପରି ଏକ ସମୃଦ୍ଧଶାଳୀସଂଗୀତ ସାମଗ୍ରୀ ନିର୍ମାଣ କରିବାର ଧାରଣାକୁ ଲମ୍ଫ ମାରିଥିଲୁ । ଏହି ପ୍ରକଳ୍ପରେ ଅଂଶୀଦାର ହୋଇ ମୁଁ ନିଜକୁ ଗର୍ବିତମନେକରୁଛି। ‘