Odia News Portal

ଧୂପକାଠିର ଧୂଆଁ ହୋଇପାରେ କ୍ୟାନ୍ସରର କାରଣ..

ଭୁବନେଶ୍ବର: ଅଗରବତୀ ବା ଧୂପକାଠି ଗୃହରେ ଆଧ୍ୟାତ୍ମିକତାକୁ ସୂଚାଇବା ସହ ଏହା ଶାନ୍ତି ଏବଂ ସମୃଦ୍ଧିକୁ ମଧ୍ୟ ବୃଦ୍ଧି କରିଥାଏ। କିନ୍ତୁ ଧୂପକାଠିର ଧୂଆଁ ଆମ ଶରୀରର ପାଇଁ କେତେ କ୍ଷତିକାରକ ଆପଣ ସେ ବିଷୟରେ ଜାଣିଛନ୍ତି କି ?ତେବେ ଆସନ୍ତୁ ଜାଣିବା ଧୂପକାଠିର ଧୂଆଁ ଆମ ଶରୀରର କଣ କ୍ଷତି କରିଥାଏ ।

ଧୂପକାଠିର ଧୂଆଁ ମୁଖ୍ୟତଃ ୩ପ୍ରକାରର ଟକ୍ସିନ୍ ନିର୍ଗତ କରିଥାଏ ଯାହା ଦ୍ବାରା କ୍ୟାନସର ଭଳି ସମସ୍ୟା ଶରୀରରେ ଦେଖାଦେଇ ଥାଏ। ଏଗୁଡ଼ିକ ହେଲା ମ୍ୟୁଟାଜେନିକ୍,ଜେନୋଟକ୍ସିକ୍ ଏବଂ ସାଇଟୋଟକ୍ସିକ୍। ଅନ୍ୟାନ୍ୟ ଫୁସଫୁସଜନିତ ରୋଗ ମଧ୍ୟ ଏହା ଯୋଗୁଁ ହୋଇଥାଏ।

ଜନ୍ମ ସମ୍ବନ୍ଧୀୟ ଆକୃତିର ପରିବର୍ତ୍ତନ ଯୋଗୁଁ ଡିଏନଏରେ ପରିବର୍ତ୍ତନ ହୋଇଥାଏ ଯାହା ଏକ ଉତ୍ତମ ସଙ୍କେତ ନୁହେଁ।ଧୂପକାଠିରୁ ବାହାରୁଥିବା ଧୂଆଁକୁ ଯଦି ଆପଣ ନିଃଶ୍ବାସରେ ଗ୍ରହଣ କରୁଛନ୍ତି ତେବେ ଏହା ଆପଣଙ୍କ ଫୁସଫୁସରେ ପ୍ରବେଶ କରି ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ଆପଣକୁ କଷ୍ଟ ହୋଇପାରେ।