Odia News Portal

ଅଜିତଙ୍କ ଦେହାନ୍ତ ପରେ କରୋନା ନେଲା ମା’ଙ୍କ ଜୀବନ

*ପରିବାରରେ ଦୁଇ ଦୁଇଟି ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର ।

ଭୁବନେଶ୍ବର: ପିପିଲିରେ କରୋନା କହର।ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଆଜି କରୋନାରେ ଚିକିତ୍ସିତ ହେଉଥିବା ତାଙ୍କ ମାଆଙ୍କର ମଧ୍ୟ ପରଲୋକ ହୋଇଛି। ସତେ ଯେମିତି ଅଜିତଙ୍କ ପରିବାର ଉପରେ ଲଦି ହୋଇଯାଇଛି ଦୁଃଖର ପାହାଡ଼ ।

ସୂଚନା ଅନୁଯାୟୀ, ୭୦ ବୟସରେ କ୍ଷେତ୍ରମଣି ମଙ୍ଗରାଜ କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ଖବର ପାଇଥିଲେ । ପିପିଲି କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ କରୋନାରେ ଆରପାରିରେ ଯିବାର ଦୁଇ ଦିନ ପରେ ତାଙ୍କ ମାଆ ମଧ୍ୟ କୋଭିଡରେ ମୃତ୍ୟୁ ବରଣ କରିଛନ୍ତି । ପରିବାରରେ ଦୁଇ ଦୁଇଟି ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର ।