Odia News Portal

ଜାନୁଆରୀ ୨ରେ କରୋନା ଟିକା ଡ୍ରାଏ ରନ୍

ନୂଆଦିଲ୍ଲୀ: ଜାନୁଆରୀ ୨ରେ କରୋନା ଟିକାର ଡ୍ରାଏ ରନ୍ | କରୋନା ଟିକା କେମିତି ଦିଆଯିବ ସେନେଇ ଚାରି ରାଜ୍ୟରେ ଡ୍ରାଏ ରନ୍ ପରେ ଏବେ ସାରା ଦେଶରେ ଏହି ଡ୍ରାଏ ରନ୍ ହେବ। କେନ୍ଦ୍ର ସରକାର ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଇଛନ୍ତି । ଜାନୁଆରୀ ୨ଅପରାହ୍ନରେ ଡ୍ରାଏ ରନ୍ କରିବାକୁ କହିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ କେନ୍ଦ୍ର ସ୍ଥାପନ କରିବାକୁ କେନ୍ଦ୍ର କହିଛି । ଯେଉଁଠି ଏହି ମକ୍ ଡ୍ରିଲ୍ ବା ଡ୍ରାଏ ରନ୍ ହୋଇପାରିବ । ନିକଟରେ ଦେଶର ୪ ଟି ରାଜ୍ୟରେ ଡିସେମ୍ବର ୨୯ ଏବଂ ୩୦ ରେ ଡ୍ରାଏ ରନ୍ ହୋଇଥିଲା । ଡ୍ରାଏ ରନର ଅର୍ଥ ହେଉଛି ଡାକ୍ତର ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଟିକାକରଣର ପ୍ରକ୍ରିୟାର ଅଭ୍ୟାସ କରିବା । ସରକାର ଏହି ଡ୍ରାଏ ରନ୍ ବାବଦରେ ଜାଣିବା ପାଇଁ କୋ-ୱିନ୍ ନାମକ ଏକ ମୋବାଇଲ୍ ଆପ ଉପରେ ଗୁରୁତ୍ୱ ଦେଉଛନ୍ତି।