Odia News Portal

‘ମୋ ବସ୍’ରୁ ଯାତ୍ରୀଙ୍କୁ ଠେଲିଦେଲେ କର୍ମଚାରୀ !

ଭୁବନେଶ୍ବର: ଚଳନ୍ତା ବସ୍ ରୁ ଯାତ୍ରୀଙ୍କୁ ଠେଲିଦେଲେ ମୋ ବସ୍’ କର୍ମଚାରୀ ।ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ବସ୍ କର୍ମଚାରୀ ତଳକୁ ଠେଲି ଦେଇଥିବା ଅଭିଯୋଗ ଆସିଛି । ଫଳରେ ଯାତ୍ରୀଙ୍କ ଡାହାଣ ଗୋଡ ଉପରେ ଚଢ଼ିଯାଇଥିଲା ବସ୍ । ୧୭ ନମ୍ବର ମୋ ବସ ନାରେ ଏମିତି ଅଭିଯୋଗ ଆଣିଛନ୍ତି ଯାତ୍ରୀ ଜଣଙ୍କ ।

ଅଭିଯୋଗ ଅନୁସାରେ ବାଲିଅନ୍ତା ଡିହ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ନାମକ ବ୍ୟକ୍ତି ହଂସପାଳ ଛକରେ ଓହ୍ଲାଇବା ପାଇଁ ଖାରବେଳନଗରରୁ ‘ମୋ ବସ୍‘ରେ ଚଢ଼ିଥିଲେ । ହେଲେ ବସ୍ ଭିତରେ ଟିକେଟ୍ ପଇସା ଫେରସ୍ତ ନେଇ ଯୁକ୍ତିତର୍କ ହୋଇଥିଲା । ତେବେ ବସରୁ ସେ ଓହ୍ଲାଇବା ସମୟରେ ତାଙ୍କୁ ବସ୍ କର୍ମଚାରୀ ଠେଲି ଦେଇଥିଲେ ବୋଲି ସେ ଅଭିଯୋଗ ହୋଇଛି । ଫଳରେ ଯାତ୍ରୀଙ୍କର ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା । ଗୁରୁତର ଭାବେ ଆହତ ହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି ।