Odia News Portal

ଆଜି ଶ୍ରୀଜିୟୁ ଶ୍ରୀଅଙ୍ଗରୁ ଖୋଲିବ ଓଦାବସ୍ତ୍ର

ପୁରୀ: ଅସୁସ୍ଥ ହୋଇ ଅଣସରରେ ଅଛନ୍ତି ଶ୍ରୀଜୀଉ । ଅଣସର ପିଣ୍ଡିରେ ଚାଲିଛି ଶ୍ରୀବିଗ୍ରହଙ୍କ ସେବା। ଆଜି ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟା ନୀତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଫିଟିବ ଓଦାବସ୍ତ୍ର । ଗୋପନ ନୀତିର ଓଦାବସ୍ତ୍ର ଫିଟିବା ପରେ ଚକଟା ଭୋଗ, ପଣା ଭୋଗ ଲାଗି ପରେ ବେହରଣ ଦ୍ୱାର ଖୋଲିବ। ଅଣସର ବାସରେ ଠାକୁରଙ୍କୁ ଧଳା ଫୁଲ ଲାଗି ହେବାର ପରମ୍ପରା ମଧ୍ୟ ଆରମ୍ଭ ହୋଇଛି। ଓଦାବସ୍ତ୍ର ଫିଟିବା ପରେ ଜୟବିଜୟ ଦ୍ୱାର ଖୋଲାଯାଇ ସନ୍ଧ୍ୟା ଧୂପ ଓ ବଡସିଂହାର ଭୋଗ ଲାଗି ହେବ। ଏହା ପରଦିନ ପ୍ରଭୁଙ୍କ ଗୋପନ ନୀତିରେ ଶ୍ରୀଅଙ୍ଗ ଫିଟାନୀତି ପାଳନ କରିବେ ଦଇତାପତି ସେବାୟତ। କରୋନା କଟକଣାକୁ ମାନି ସିମିତ ସଂଖ୍ୟକ ସେବକମାନେ ଏହି ନୀତିରେ ଯୋଗ ଦେଇଛନ୍ତି । ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରରେ ଚାଲିଛି ଅଣସର ନୀତି । ପୂର୍ବରୁ ଏହି ସମୟରେ ଅଲାରନାଥରେ ଲାଗିଥାଏ ପ୍ରବଳ ଭକ୍ତଙ୍କ ଭିଡ଼ ।