Odia News Portal

ଦେଓମାଳି ଉପରେ ଆନ୍ଧ୍ରର ନଜର!

କୋରାପୁଟ: ଓଡ଼ିଶାରେ ବଢ଼ୁଛି ଆନ୍ଧ୍ରର ରାଜନୀତି । କୋଟିଆ ପରେ ଏବେ ଦେଓମାଳି ଉପରେ ପଡ଼ିଛି ଆନ୍ଧ୍ରର ନଜର । ଆନ୍ଧ୍ର ଅଧିକାରୀ ସଦଳବଳେ କୋଟିଆ ଗସ୍ତ କରିଥିବା ଜଣାପଡ଼ିଛି। ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପାର୍ବତୀପୁରମ ପିଏ ଆଇଟିଡିଏ, ସାଲୁର ମଣ୍ଡଳର ଅଧିକାରୀମାନେ କୋଟିଆ ଗସ୍ତ କରିଛନ୍ତି ।ଦେଓମାଳି ପରିଦର୍ଶନ କରିବା ପରେ କୋଟିଆର ବିବାଦୀୟ ଗ୍ରାମ ଗୁଡିକ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି। ଆନ୍ଧ୍ର ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା କରିଥିବା ବେଳେ କୋରାପୁଟ ପ୍ରଶାସନକୁ ସୂଚନା ନଦେଇ ଆନ୍ଧ୍ରର ଅଧିକାରୀମାନେ ଦେଓମାଳି ଗସ୍ତ କରିଥିବା ଜଣାପଡ଼ିଛି ।