Odia News Portal

ଆନ୍ଧ୍ର ମହିଳା ଲୁଟେରା ଗ୍ୟାଙ୍ଗର କାରନାମା

.ସିସିଟିଭିରେ କଏଦ ହେଲା ଲାଇଭ ଚିତ୍ର
.ଭକୁଆ ବନେଇ ଲଗେଜ୍ ଲୁଟିନେଲେ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲାରେ ମହିଳା ଚୋରଙ୍କ ପ୍ରାଦୁର୍ଭାବ । ଦୋକାନରେ ଜିନିଷ କିଣିବା ବାହାନାରେ ଚୋରି କରିଲେ ଦୁଇ ମହିଳା ଚୋର । ଅ ।ଉ ଏହି ଚୋରିର ଲାଇଭ ଚିତ୍ର କଏଦ ହେଲା ସିସିଟିଭି ରେ । କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସଦର ସ୍ଥିତ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ଶ୍ରୀନୁ ଫେନ୍ସି ଷ୍ଟୋରରେ ।

ତେବେ ପ୍ରତ୍ୟେକ ରବିବାର ସାପ୍ତାହିକ ହାଟ ଥିବା ହେତୁ ଏହି ବସ ଷ୍ଟାଣ୍ଡ ଅଞ୍ଚଳ ଟି ଗହଳି ହୋଇ ରହିଥାଏ । ତେବେ ଏହାର ସୁଯୋଗ ନେଇ ଦୁଇ ମହିଳା ଏହି ଷ୍ଟୋର ମଧ୍ୟକୁ ପ୍ରବେଶ କରିଥିଲେ । ଜଣେ ଦୋକାନ ମଧ୍ୟକୁ ପ୍ରବେଶ କରି କିଛି ସାମଗ୍ରୀ କିଣିବା ଅଭିନୟ କରି ବସାୟୀଙ୍କୁ ଭୁଆଁ ବୁଲାଉଥିବା ବେଳେ ସମୟର ସୁଯୋଗ ନେଇ ଅନ୍ୟ ଜଣେ ବାହାରେ ଥିବା ମହିଳା ଚୋର ଦୋକାନ ବାହାରେ ରଖାଯାଇଥିବା ଏକ ଲଗେଜ ବ୍ୟାଗ ଟିକୁ ଅତି ଚତୁରତାର ସହ ଚୋରି କରି ନେଇ ଛୁ ହୋଇଯାଇଥିଲା । ତେବେ ଆନ୍ଧ୍ରରୁ ଗୋଟିଏ ମହିଳା ଗ୍ୟାଙ୍ଗ ଅ ।ସି ଏହିପରି ଅଭିନବ ଉପାୟରେ ଚୋରି କରୁଥିବା ସୂଚନା ମିଳିଛି । ତେଣୁ ଏନେଇ ଅଞ୍ଚଳର ସମସ୍ତ ବ୍ୟବସାୟୀ ବର୍ତ୍ତମାନ ଭୟଭୀତ ହେବା ସହ ସଜାଗ ମଧ୍ୟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ମହିଳା ଚୋର ମାନେ ଅ ।ନ୍ଧ୍ରପ୍ରଦେଶ ର ବୋଲି ଜଣାପଡ଼ିଛି ଓ ସେମାନେ ତେଲୁଗୁ ଭାଷାରେ ମଧ୍ୟ କଥା ହେଉଥିବା କୁହାଯାଉଛି ।