Odia News Portal

ରାଜଧାନୀରୁ ଧରାପଡିଲେ ହାଇପ୍ରୋଫାଇଲ ଠକ ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ବଡ଼ ଠକେଇ ଘଟଣାର ପର୍ଦ୍ଦାଫାସ ସଂପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ପୋଲିସ ମୋଟ 8 ଜଣଙ୍କୁ ଗିରଫ କରିଛି । ଅଙ୍ଗାଡ଼ିଆ ସ୍କିମ୍ ନାଁରେ ଏହି ଠକେଇ ଚାଲିଥିଲା ବଡ଼ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଠକ । ବେଆଇନ୍ ଟଙ୍କାକୁ ଆଇନତଃ ବୈଧ କରି ଡବଲ୍ କରି ଆକାଉଣ୍ଟରେ କ୍ରେଡିଟ୍ ମଧ୍ୟ କରୁଥିଲେ । ଆଇପିଏଲ୍ ବେଟିଂ ରେଡ୍ ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ହାଇପ୍ରୋଫାଇଲ୍ ଠକ ।

ଏନେଇ ପ୍ରେସମିଟରେ ଜିଡିପି କହିଛନ୍ତି ଯେ, ପ୍ରଶାନ୍ତ ପଣ୍ଡା ନାମକ ବ୍ୟକ୍ତି ଅଙ୍ଗାଡ଼ିଆ ଠକେଇର ମାଷ୍ଟର ମାଇଣ୍ଡ । ପୋଲିସ ପ୍ରଶାନ୍ତ ପଣ୍ଡା ସହିତ ମୋଟ ୮ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ କମିଶନରେଟ୍ ପୋଲିସର ୩ କର୍ମଚାରୀ ମଧ୍ୟ ଅଛନ୍ତି । ଅଙ୍ଗାଡ଼ିଆ ସ୍କିମରେ ଟଙ୍କା ଡବଲ୍ ହେବାର ଲୋଭ ଦେଖାଇ ପ୍ରଶାନ୍ତ ପଣ୍ଡା ଓ ତାଙ୍କ ସହଯୋଗୀ ବ୍ୟବସାୟୀ କମଲ୍ ଶାହଙ୍କୁ ଟାର୍ଗେଟ୍ କରିଥିଲେ । କମଲ୍ କୋଟିଏ ଟଙ୍କା କ୍ୟାସ୍ ଦେଲେ ସେମାନେ ଏହାକୁ ଆକାଉଣ୍ଟରେ ଦେଢ଼ କୋଟି କରି ଦେବା ସହ ସମସ୍ତ କାଗଜପତ୍ର ଦେବେ ବୋଲି କହିଥିଲେ ।

ସେହି ଅନୁସାରେ ଅଢ଼େଇ ଲକ୍ଷ ଟଙ୍କାର ୪୦ଟି ବଣ୍ଡଲ୍ କରି ବ୍ୟବସାୟୀ କମଲ୍ ଶାହ ଆସିଥିଲେ । ଠକ ଅଙ୍ଗାଡ଼ିଆ ଗ୍ୟାଙ୍ଗର ମୁଖ୍ୟ ପ୍ରଶାନ୍ତ ପଣ୍ଡା ଷଡ଼ଯନ୍ତ୍ର ରଚିଥିଲେ । କମଲଙ୍କ ଉପରେ ରେଡ୍ କରି ଟଙ୍କା ନେଇ ଖସିଯିବାକୁ ବସିଥିଲେ । କରଞ୍ଜିଆର ବ୍ୟବସାୟୀ କମଲ ଶାହଙ୍କୁ ପୋଲିସ ପଚରାଉଚରା କରିବା ପରେ ଅଙ୍ଗାଡ଼ିଆ ଅନଲାଇନ୍ ଠକେଇ ବାବାଦରେ ଜଣାପଡ଼ିଛି । ପୋଲିସ ଗଣିଲା ପରେ ୩୧ଟି ବଣ୍ଡଲ୍ ମିଳିଥିଲା । ତଦନ୍ତ ପରେ ରେଡରେ ସାମିଲ୍ ଥିବା ପୋଲିସଙ୍କ ଠାରୁ ୯ଟି ବଣ୍ଡଲ ମିଳିଛି । ଗୋଟିଏ ବଣ୍ଡଲରେ ୫୦ ହଜାର ଟଙ୍କା କମ ଥିବା ଡିସିପି ସୂଚନା ଦେଇଛନ୍ତି ।