Odia News Portal

କଟକରେ କରୋନା ଆତଙ୍କ: ଦୁଇ ଦିନରେ୨୫ ସଂକ୍ରମିତ ଚିହ୍ନଟ

କଟକ: କଟକ ଘରୋଇ ବିଜ୍ଞାନ ମହାବିଦ୍ୟାଳୟରେ ଚିହ୍ନଟ ହେଲେ ଆଉ ୧୩ ପଜିଟିଭ  ।ଏବେ ପର୍ଯ୍ୟନ୍ତ ୭୨ ଜଣଙ୍କ ସ୍ବାବ ନମୁନା ଟେଷ୍ଟ କରାଯାଇଥିବା ବେଳେ, ୧୩ ଜଣଙ୍କ ନମୁନା ପଜିଟିଭ ଆସିଛି  । ପୂର୍ବରୁ କଲେଜର ୧୨ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । 

ଅନ୍ୟପକ୍ଷେ କଲେଜର ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି  । ପଜିଟିଭ ପିଲାଙ୍କୁ ସଙ୍ଗରୋଧରେ ରଖାଯାଇଥିବା ବେଳେ, କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି  । ସେହିପରି କଲେଜକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି  ।  ନେଗେଟିଭ୍ ରିପୋର୍ଟ ଥିବା ପିଲା ହଷ୍ଟେଲ ଛାଡିବାକୁ କୁହାଯାଇଛି  । ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଘଟଣା ଉପରେ ନଜର ରଖିଛନ୍ତି  ।