Odia News Portal

ଆଜି ଭାରତର ଇଂଲଣ୍ଡ ଗସ୍ତ

ମୁମ୍ବାଇ,୧ା୬: ଆସନ୍ତାକାଲି ବ୍ରିଟେନ ଗସ୍ତରେ ଯିବ ଭାରତୀୟ ପୁରୁଷ ଓ ମହିଳା ଦଳ । ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ·ମ୍ପିଅନସିପ (ଡବ୍ଲ୍ୟୁଟିସି-୨୦୨୧) ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ଖେଳାଯିବ ।

ଭାରତୀୟ ପୁରୁଷ ଦଳ ଏବଂ ମହିଳା ଦଳ ସମାନ ·ର୍ଟାର୍ଡ ବିମାନରେ ଇଂଲଣ୍ଡ ଯିବେ । ଭାରତୀୟ ଦଳର ଏହି ଗସ୍ତ ବହୁତ ଲମ୍ବା ହେବାକୁ ଯାଉଛି । ଖେଳାଳିମାନେ ଦୀର୍ଘ ଦିନ ଧରି ପରିବାରଠାରୁ ଦୂରରେ ରହିବାକୁ ନେଇ ଚିନ୍ତିତ ଥିଲେ, କିନ୍ତୁ ଇଂଲଣ୍ଡ ଯିବା ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ଦଳ ଏକ ଖୁସି ଖବର ପାଇଛନ୍ତି, ଯାହାଫଳରେ ଏବେ ସେମାନେ ପରିବାର ବିଷୟରେ ଚିନ୍ତା କରିବେ ନାହିଁ । ଭାରତୀୟ ଖେଳାଳି, କୋଚିଂ ଏବଂ ସପୋର୍ଟ ଷ୍ଟାଫଙ୍କୁ ପରିବାରକୁ ସାଥିରେ ନେବା ପାଇଁ ଅନୁମତି ଦିଅ ।ଯାଇଛି । ଭାରତୀୟ ପୁରୁଷ ଦଳ ଇଂଲଣ୍ଡରେ ପ୍ରାୟ ·ରିମାସ ରହିବେ । ବ୍ରିଟେନ ସରକାର ଭାରତୀୟ ପୁରୁଷ ଓ ମହିଳା ଖେଳାଳିଙ୍କ ପରିବାରକୁ ମଧ୍ୟ ଏହି ଭ୍ରମଣରେ ଯିବାକୁ ଅନୁମତି ଦେଇଛନ୍ତି ।

ଭାରତୀୟ ଦଳ ଏବେ ମୁମ୍ବାଇର ଏକ ହୋଟେଲରେ କ୍ୱାରାଣ୍ଟାଇନରେ ଅଛନ୍ତି ।ସମସ୍ତ ଖେଳାଳି ପରିବାର ସହିତ ଏକ ·ର୍ଟାର୍ଡ ବିମାନରେ ଯିବେ ଏବଂ ଜୁନ ୩ରେ ଲଣ୍ଡନରେ ପହଞ୍ଚିବେୟ ସେଠାରୁ ଉଭୟ ଦଳ ସାଉଥମ୍ପଟନ ଯିବେ, ସେଠାରେ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବାକୁ ପଡିବ । ଏହା ପରେ ମହିଳା ଦଳ ବ୍ରିଷ୍ଟଲ ଅଭିମୁଖେ ଯିବେ, ଯେଉଁଠାରେ ସେମାନେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବେ । ଏଥି ସହିତ ପୁରୁଷ ଦଳ ସାଉଥମ୍ପଟନରେ ପ୍ରଶିକ୍ଷଣ ଅ ।ରମ୍ଭ କରିବେ ବୋଲି ଅ ।ଶା କରାଯାଉଛି ।