Odia News Portal

ଅନଗୁଳରେ ନବଜାତ ଶିଶୁକୁ ବିକ୍ରି !

ଅନଗୁଳ:  ଅନଗୁଳରେ ନବଜାତ ଶିଶୁ ବିକ୍ରି ଅଭିଯୋଗ ହୋଇଛି। ମଦନମୋହନ ପଡ଼ାରେ ଭଡାରେ ରହୁଥିବା ବାଇଧର ବେହେରା ଏବଂ ତାଙ୍କ ପତ୍ନୀ ବବିତା ବେହେରା ନିଜର ୭ ଦିନର ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଅଭିଯୋଗ ଆସିଛି। ବବିତା ହେଉଛି ବାଇଧରର ଦ୍ବିତୀୟ ସ୍ତ୍ରୀ । ଆଗରୁ ତାଙ୍କର ଏକ ଝିଅ ଅଛି। ତାଙ୍କ ପ୍ରଥମ ସ୍ତ୍ରୀ ଅଲଗା ରହୁଛନ୍ତି। ତାଙ୍କର ମଧ୍ୟ ୩ଟି ସନ୍ତାନ ଅଛନ୍ତି। ବାଇଧର ରାଜମିସ୍ତ୍ରୀ ଭାବେ କାମ କରନ୍ତି ।

ଅଧିକ ସନ୍ତାନ ଯୋଗୁଁ ସେ ଲୋଭରେ ୧୦ ହଜାର ଟଙ୍କା ସହ ଆଉ କିଛି ଟଙ୍କା ପାଇବା ଆଶାରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛନ୍ତି । ଏ ଖବର ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଜାଣିବା ପରେ ଶିଶୁକୁ ଉଦ୍ଧାର କରିଛନ୍ତି। ତାର ଓଜନ ଦେଢ଼ କିଲୋ ମଧ୍ୟରେ ରହିଥିବାରୁ ଏବଂ ତା ନାକରୁ ରକ୍ତ ବାହାରୁ ଥିବାରୁ ପ୍ରଥମେ ଅନଗୁଳ ଏବଂ ପରେ କଟକ ସ୍ଥାନାନ୍ତର କରି ଅଧିକ ତଦନ୍ତ ଚଳାଇଛନ୍ତି।