Odia News Portal

ବିଏମସିକୁ ଟାର୍ଗେଟ କଲେ ଅପରାଜିତା ଷଢ଼ଙ୍ଗୀ

ଭୁବନେଶ୍ୱର: ନିମ୍ନମାନର କାମ କରୁଛି ବିଏମସି । କୋଟି କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲେ ସୁଦ୍ଧା କାମ ହୋଇନାହିଁ । ଟଙ୍କା କୁଆଡ଼େ ଗଲା? ଏଭଳି ଅନେକ ପ୍ରଶ୍ନବାଣ ଛାଡ଼ିବା ସହ ବିଏମସିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ଭୁବନେଶ୍ୱରର ୱାର୍ଡ ନମ୍ବର ୪୫ରେ ଥିବା ମାଛ ପୋଖରୀ ପୁନରୁଦ୍ଧାର ପାଇଁ ଲକ୍ଷ୍ମୀ ସାଗରର ସ୍ଥାନୀୟ ବାସିନ୍ଦା ମୋତେ ବାରମ୍ବାର ଅଭିଯୋଗ କରିଥିଲେ । ସେଥିପାଇଁ ଆମେ ଘଟଣା ସ୍ଥଳକୁ ବୁଲିବା ପାଇଁ ଯାଇଥିଲୁ । ଦେଖିଲୁ ୨୯ ମାର୍ଚ୍ଚ ୨୦୧୬ରେ ସେହି ସ୍ଥାନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର‌୍ୟ୍ୟରେ ୬ କୋଟି ୬୯ ଲକ୍ଷ ୩୨ହଜାର ବ୍ୟୟ ବରାଦ ହୋଇଥିଲା । ତେବେ ଏହା ଏକ ଭଲ ପର‌୍ୟ୍ୟଟନ କ୍ଷେତ୍ର ହୋଇପାରିଥାନ୍ତା । କିନ୍ତୁ ବିଏମସିର ଖାମଖିଆଲ ଭାବରେ କାମ କରୁଥିବା ସେ ଅଭିଯୋଗ କରିଛନ୍ତି । କାମ ଠିକସେ ହୋଇନଥିବାରୁ ଏବେ ଏହି ସ୍ଥାନ ମଶାମାନଙ୍କ ଉତ୍ପତିସ୍ଥଳ ପାଲଟିଛି । ଡେଙ୍ଗୁ ଭୟ ରହିଥିବା ବେଳେ ଏହା ଉସ୍ର ନଜର ନଦେବାକୁ ସେ ନିନ୍ଦା କରିଛନ୍ତି ।