Odia News Portal

୨ ଡଙ୍ଗା ମୁହାଁମୁହିଁ ଧକ୍କା, ୫୦ରୁ ଅଧିକ ଯାତ୍ରୀ ନିଖୋଜ

ଆସାମ: ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ଧରଣର ନୌକା ଦୁର୍ଘଟଣା ଘଟିଛି। ତେବେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ଦୁଇ ଯାତ୍ରୀବାହୀ ନୌକା ମଧ୍ୟରେ ଧକ୍କା ହୋଇଯାଇଥିଲା। ଦୁର୍ଘଟଣା ପରେ ନୌକାରେ ଥିବା ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଦୁଃଖଦ ଘଟଣା ଜୋରହଟ ଜିଲ୍ଲାର ନିମାତିଘାଟ ନିକଟରେ ଘଟିଥିବା କୁହାଯାଉଛି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ନୌକା ଦୁର୍ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି। ଏଥିସହିତ ମାଜୁଲି ଓ ଜୋରହାଟ ଜିଲ୍ଲାର ପ୍ରଶାସନଙ୍କୁ ଏନଡିଆରଏଫ ଓ ଏସଡିଆରଏଫଙ୍କ ସାହାଯ୍ୟରେ ଉଦ୍ଧାରକାର୍ୟ୍ୟ ଜାରି ରଖିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଧାନ ସଚିବ ସମୀର ସିହ୍ନାଙ୍କୁ କ୍ରମାଗତ ଭାବେ ଘଟଣା ସହିତ ଜଡ଼ି ରହିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ମାଜୁଲି ପହଞ୍ଚିବେ।