ଭୁବନେଶ୍ୱର: ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚତ ହୋଇଛନ୍ତି । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇ ସେ ନିର୍ବାଚିତ ହୋଇଛନ୍ତି । ଅସିତ ତ୍ରିପାଠୀଙ୍କୁ ୭୭୬ ଭୋଟ ମିଳିଥିବା ବେଳେ ବିଜୟଙ୍କୁ ୪୯୮ ଭୋଟ ମିଳିଛି । ପୂର୍ବରୁ , ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଏହାସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ଦାୟିତ୍ବ ତୁଲାଇବେ ।
ଏହାପୂର୍ବରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅସିତ ତ୍ରିପାଠୀ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ରହିଥିଲେ। ତେବେ ତାଙ୍କ କାର୍ୟ୍ୟ ଦକ୍ଷତାକୁ ଦେଖି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡିସେମ୍ବର ୩୧ ତାରିଖରେ ସେ ମୁଖ୍ୟ ଶାସନ ସଚିବ ଭାବରେ ଶେଷଥର ପାଇଁ କାର୍ୟ୍ୟ ତୁଲାଇଥିଲେ। ଅସିତ ତ୍ରୀପାଠୀଙ୍କ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର । ସେ ମଧ୍ୟ ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରି ସାରିଛନ୍ତି।
Sign in
Sign in
Recover your password.
A password will be e-mailed to you.
