Odia News Portal

୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର() ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । କେଉଁଠି ବିଧାନସଭା ବସିବ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ବିଧାନସଭା କି ଲୋକସେବା ଭବନରେ ବସିବ, ସେନେଇ ନିଷ୍ପତ୍ତି ହେବ । ଏନେଇ ଆଜି ସୁଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ‘ଅଧିବେଶନ କେମିତି ଚାଲିବ , ସେନେଇ ଲୋକସଭା ବାଚସ୍ପତିଙ୍କ ସହ କଥା ହୋଇଛି । କୋଭିଡ ନିୟମ ନେଇ କର୍ଣ୍ଣାଟକ ଓ ରାଜସ୍ଥାନ ବାଚସ୍ପତିଙ୍କ ସହ ଆଲୋଚନା ହୋଇଛି । ଅଧିବେଶନରେ ସରକାରଙ୍କ ସମସ୍ତ କୋଭିଡ ନିୟମ ମାନିବାକୁ ପଡିବ ।’