Odia News Portal

ପୁଣି ମୁଲତବୀ ଘୋଷଣା

ଭୁବନେଶ୍ୱର() ପୁଣି ନୟାଗଡ଼ର ପରୀ ମୃତୁ୍ୟ ପ୍ରସଙ୍ଗରେ ବିଧାନସଭାରରେ  ହଙ୍ଗାମା ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ହୋହାଲ୍ଲା କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପୁଣି ୧୫ ମିନିଟ ପାଇଁ ଗୃହକୁ ମୁଲତବୀ କରିଦେଇଛନ୍ତି ।

ସକାଳେ ମଧ୍ୟ ଗୃହରେ ଏଭଳି ହଙ୍ଗାମା ହେବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ ୨୦ ମିନିଟ ଓ ପରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ କରିଦେଇଥିଲେ । ତେବେ ଅପରାହ୍ନ ୩ଟା ପରେ ଗୃହ ଆରମ୍ଭ ହେଉ ହେଉ ଗୃହ କମ୍ପିଛି । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହାଲ୍ଲା କରିବାକୁ ବାଚସ୍ପତି ଗୃହ କାର୍ଯ୍ୟକୁ ୧୫ ମିନିଟ ପାଇଁ ମୁଲତବୀ ରଖିଛନ୍ତି ।