Odia News Portal

ଦିନ ୧୨ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ପୁଣି ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ଶାସକ ଦଳ କ୍ଷମା ପ୍ରାର୍ଥନା ପାଇଁ ଅଡି ବସିଥିବାବେଳେ ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିଛନ୍ତି। ଫଳରେ ଗୃହକୁ ପ୍ରଥମେ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।ତେବେ ପୁନର୍ବାର ସେହି ସମାନ ଢଙ୍ଗରେ ଗୃହରେ ନାରାବାଜି ଏବଂ ହଟ୍ଟଗୋଳ ଦେଖା ଦେବାରୁ ଗୃହକୁ ୧୨ ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି |

ବିଧାନସଭାରେ ସେହି ସମାନ ପ୍ରସଙ୍ଗକୁ ଗତ ୩ ଦିନ ହେବ ଅଚଳାବସ୍ଥା ଜାରି ରହିଥିଲା । ଆଉ ଆଜି ମଧ୍ୟ ସେହି ସମାନ ଚିତ୍ର ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ବାଚସ୍ପତି କେବେ ସର୍ବଦଳୀୟ ବୈଠକ ଡାକି ଏ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ଓ ଗୃହ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।ତେବେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ଦଳୀୟ ବୈଠକ ଡାକି ଅଚଳାବସ୍ଥା ଦୂର କରିବାକୁ ଚିଠି ଲେଖିଛନ୍ତି ନରସିଂହ ।

ଅନ୍ୟପଟେ ଆଜି ପ୍ରଶ୍ନ କାଳରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଶ୍ରମ ଓ କର୍ମଚାରୀ , ରାଜ୍ୟବୀମା, ସଂସଦୀୟ ବ୍ୟାପାର ଓ ଆଇନ ବିଭାଗର ପ୍ରଶ୍ନୋତ୍ତର ଆଲୋଚନା ରହିଛି । ଏହା ସହିତ ଶିଳ୍ପ, ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।