Odia News Portal

ଆସନ୍ତାକାଲି ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ()  ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ପ୍ୟାନେଲ ଆଜି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ମଧ୍ୟସ୍ଥତା ପ୍ୟାନେଲ ପକ୍ଷରୁ ଏକ ଜଉମୁଦ ଥିବା କଭର୍ରେ ଏହି ରିପୋର୍ଟକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିକଟରେ ଦାଖଲ କରାଯାଇଛି।

ତେବେ ଆସନ୍ତାକାଲି ଦିନ ୨ଟାରେ ଏହି ପ୍ରସଙ୍ଗରେ ଶୁଣାଣି କରିବେ। ଶୁଣାଣି ପରେ ଏହି ଜମି ବିବାଦ ଘଟଣାର ଦୈନିକ ଶୁଣାଣି ହେବ ନା ମଧ୍ୟସ୍ଥତା ପ୍ୟାନେଲକୁ ବୁଝାମଣା ପାଇଁ ଅଧିକ ସମୟ ଦିଆଯିବ, ସେ ସମ୍ପର୍କରେ ସୁପ୍ରିମକୋର୍ଟ ରୁଲିଂ ଦେବେ।

ରାମ ଜନ୍ମ ଭୂମି ଏବଂ ବାବରି ମସଜିଦ୍ ମାମଲାରେ ଜୁଲାଇ ୧୮ରେ ମଧ୍ୟସ୍ଥାତ ପାଇଁ ହିନ୍ଧୁ ଏବଂ ମୁସଲିମ୍ ସମ୍ପ୍ରଦାୟଙ୍କ ମଧ୍ୟରେ ସହମତି ଲୋଡିବା ପାଇଁ ଜୁଲାଇ ୩୧ ପର୍ୟ୍ୟନ୍ତ ସମୟ ଧାର୍ୟ୍ୟ କରିଥିଲେ କୋର୍ଟ ।