Odia News Portal

୩୪ ଏକରରେ ବାଲିଯାତ୍ରା

ବିଏଆରଏଫଆଇ ପ୍ରକଳ୍ପକୁ ନେଇ ଏନଜିଟି ନିର୍ଦ୍ଦେଶ ପରେ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ବାଲିଯାତ୍ରାକୁ ନେଇ କିଛି ଦ୍ୱନ୍ଦ ନାହିଁ , ୩୪ ଏକର ଜାଗାରେ ହେବ ବାଲିଯାତ୍ରା । ସବୁଜ ବଳୟ ନେଇ ଏନଜିଟିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ ବୋଲି କହିଲେ ଜିଲ୍ଲାପାଳ ।ତେବେ ୨ ବର୍ଷ ହେବ କରୋନା କଟକଣା ପାଇଁ ବାଲିଯାତ୍ରା ବନ୍ଦ ରହିଥିଲା ବେଳେ ଏଥର ଖୁବ ଧୁମ ଧାମ ରେ ବାଲିଯାତ୍ରା କରାଯିବ । ଚଳିତ ଥର କଟକରେ ୩୪ ଏକର ଜାଗାରେ ବାଲିଯାତ୍ରା କରାଯିବ । ବାଲିଯାତ୍ରା ବୁଲି ମଜା ଉଠାଇବା ପାଇଁ ଚାହିଁ ରହିଛନ୍ତି ଅନେକ ଲୋକ ।