Odia News Portal

୧୨ରୁ ବାଲିଯାତ୍ରା

କଟକ() ନଭେମ୍ବର ୧୨ରୁ ବାଲିଯାତ୍ରା ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି। ଏହା ୮ଦିନ ପର୍ୟ୍ୟନ୍ତ ଚାଲିବାର ପ୍ରସ୍ତାବ ରହିଛି। ଚଳିତବର୍ଷ ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ପଲିଥିନ ବ୍ୟବହାରକୁ ନିଷିଦ୍ଧ କରାଯିବା ସହ ଖାଦ୍ୟ ମାନ ଯାଞ୍ଚ ପାଇଁ ସିଏମ୍ସି ସ୍ବାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୪ଟି ଦଳ ରହିବେ ବୋଲି ମହାନଗର ନିଗମ ଆୟୁକ୍ତ ଅନନ୍ୟା ଦାସ କହିଛନ୍ତି। ତଳପଡ଼ିିଆ ଓ ଉପରପଡ଼ିଆରେ ଆବଶ୍ୟକ ସଂଖ୍ୟକ ସିସିଟିଭି କ୍ୟାମେରା ଲଗାଯିବା, ପୋଲିସ ପ୍ରଶାସନ, ଓର୍ମାସ ତରଫରୁ ୱାଚ୍ ଟାୱାର ବ୍ୟବସ୍ଥା, ବାଲିଯାତ୍ରାରେ ପିଲା ହଜିଗଲେ ଶିଶୁ ପ୍ରଯନତ୍ ଅନୁଷ୍ଠାନରେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ବାବଧାନରେ ରଖାଯିବା, ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅସ୍ଥାୟୀ ସୂଚନାକେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି।